STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଧନ୍ୟ ସୁଶୀଲ ଧନ୍ୟ ମୋ ଇସ୍ରୋ

ଧନ୍ୟ ସୁଶୀଲ ଧନ୍ୟ ମୋ ଇସ୍ରୋ

1 min
286


ବିଜ୍ଞାନ ଧନ୍ୟ ମୋ ଦେଶ ଧନ୍ୟ

   ଧନ୍ୟ ମୋ ଇସ୍ରୋ ଧନ୍ୟ,

ଚନ୍ଦ୍ରମା କୋଳେ ତ୍ରିରଙ୍ଗା ଉଡ଼େ 

   ଆମେ ତ ଭାଗ୍ୟବାନ।

ମାଆ କୋଳରୁ ଜହ୍ନ ମାମୁଁଙ୍କୁ

   ଆମେ ତ ଡାକୁଥିଲୁ,

ଆଜି ଜହ୍ନରେ ନାଆଁ ଆମର

   ସତରେ ଲେଖିଦେଲୁ।

ଭାରତ ମାତା ଯାଇଛି ଆମ

   ମାମୁଁ ଘରକୁ ଆଜି,

ତା' ଭାଇ ହାତେ ବାନ୍ଧିବ ରାକ୍ଷୀ

    ଖୁସିରେ ଯିବ ହଜି।

ବିକ୍ରମ ଆଜି ମାଆ ସହିତ

    ମାମୁଁ ପାଖରେ ଅଛି,

ମାମୁଁ ଘରର କିଛିଟା ସୁଖ

    ଆମକୁ ପଠାଉଛି‌।

ରଚିଲୁ‌ ଆମେ ଯେ ଇତିହାସ

   ବିଶ୍ଵରେ ହେଲୁ ଶ୍ରେଷ୍ଠ,

ଅଭିନନ୍ଦନ ମୋହର ଘେନ

   ସମସ୍ତ ବୈଜ୍ଞାନିକ।

ଧନ୍ୟ ବିଜ୍ଞାନୀ ସୁଶୀଲ ଭାଇ

   ହେ କେନ୍ଦ୍ରାପଡ଼ା ପୁଅ,

ଚନ୍ଦ୍ରଯାନର‌ ପ୍ରକଳ୍ପ ମୁଖ୍ୟ 

    କୋଟି ପ୍ରଣାମ ନିଅ।

ଚନ୍ଦ୍ରଯାନର ଯୋଜନା ସମ-

    ନ୍ଵୟର ତଦାରଖ,

ଦାୟୀତ୍ବ ନେଇ ସଫଳ କଲ

   ହେ ବୈଜ୍ଞାନିକ ମୂଖ୍ୟ।

କରିଲ ଧନ୍ୟ ବାଲିଆ ଗ୍ରାମ

   ପଟ୍ଟାମୁଣ୍ଡାଇ ଧନ୍ୟ,

ଓଡ଼ିଶା ମାଟି ଗର୍ବିତ ଆଜି

   ହେ ଶ୍ରେଷ୍ଠ ବୁଦ୍ଧିମାନ।

ବାପା ମୁରଲୀ ମାତା ପାଞ୍ଚାଳୀ

    କୋଳେ ମଣ୍ଡିତ ହୋଇ,

ସାରା ଜଗତେ ଓଡ଼ିଆ ମାନ

   ରଖିଦେଲ ହେ ଭାଇ।

ସମସ୍ତ ଦେଶ ଅକୃତକାର୍ଯ୍ୟ

   ଥିଲେ ଯେଉଁଥିପା‌ଇଁ ,

ଆମରି ଦେଶ ନାଆଁ କରିଲା

    ଆପଣଙ୍କର ପାଇଁ।

ଚନ୍ଦ୍ର ପୃଷ୍ଠରେ ପାଦ ଥାପିଲା

    ଆମ ଲ୍ୟାଣ୍ଡର ବିକ୍ରମ,

ରୋଭର ପ୍ରଜ୍ଞା ଚ‌ଉଦ ଦିନ

   ରହିବ କାର୍ଯ୍ୟକ୍ଷମ।

ଯୋଗେଇ ଦେବ ବିଭିନ୍ନ ଫଟୋ

    ଜହ୍ନର ବହୁ ତଥ୍ୟ,

ତେଣୁ ଏ ଇସ୍ରୋ ଆଜି ଜଗତେ

    ହୋଇଛି ପ୍ରଶଂସିତ।

ସଫଳ ଅବତରଣ କଲା 

   ଚନ୍ଦରଯାନ‌ ତିନି,

ଆତ୍ମ ବିଭୋର ଆଜି ଭାରତ 

   ଖୁସି ଦେଉଛି ବୁଣି।

ସମସ୍ତ ଦେଶ ଅଭିନନ୍ଦନ

   ଶୁଭେଚ୍ଛା ଜଣାଉଛି,

ଭାରତ ତାର ଐତିହାସିକ

   ବିଜୟ ହାତେଇଛି‌।

ଧନ୍ୟ ହେ ମୋଦୀ କେ ପ୍ରତିବାଦୀ

    ଅଛି ତୁମରି ସମ,

ଆପଣ ଯୋଗ୍ୟ ପ୍ରଧାନମନ୍ତ୍ରୀ

    କୋଟି ପ୍ରଣାମ ଘେନ।

କହିଲ ଏହି ବିଜୟ ଖାଲି  

    ନୁହେଁ ତ ଭାରତର,

ଏହି ବିଜୟ ସମସ୍ତ ଦେଶ

    ମାନବ ଜାତିଟିର‌।

ଆମ ବିଜ୍ଞାନ ଭାରି ମହାନ୍

    ଗୁଣ ଅବର୍ଣ୍ଣନୀୟ ,

ମହାଶୂନ୍ଯରେ ଜାଗା କିଣିବ

    ଭବିଷ୍ୟତେ ନିଶ୍ଚୟ।

ବରୁଣ ରଜା ପୁଅଟି ଚନ୍ଦ୍ର

    ଜଗାର ନିଜ ଶଳା,

ସମ୍ପର୍କ ସବୁ ଦିନକୁ ରହୁ

    ଦେଖୁ ଏ ବିଶ୍ଵସାରା‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy