Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Tragedy Others

4  

Chittaranjan Nanda

Tragedy Others

ଘୋଡା ମୁହାଁ ପୁଅ

ଘୋଡା ମୁହାଁ ପୁଅ

1 min
251



ଘୋଡା ମୁହାଁ ପୁଅ, ଓଡିଆ ଭାଷାରେ ଏକ

ବୋଲି ରହିଅଛି 

ଏହା ତ ଏକ Maxim, ଯାହା ମୁଁ ମୋ ପିଲା 

ଦିନରୁ ଶୁଣି ଆସିଛି |୧


ବଂଶ ବୁଡିଲା ବେଳେ କୁଳରେ ଘୋଡା ମୁହାଁ 

ପୁଅ ଜନ୍ମ ହୁଏ

କର୍ମ ବିନା ଶାଗ ମାଛ ଦରରେ ସ୍ଥାବର ସମ୍ପତି 

ବସି ବିକି ଖାଏ |୨|


ଉଡଇ ଆକାଶେ ମିଛ କୁହୁଡିର ନକ୍ସା ଆଙ୍କି 

ଆଙ୍କି ଯାଇଥାଏ

ପଛ ଆଗ କିଛି ଆଖିକୁ ଦିଶେନି ଗର୍ବ ଅହଙ୍କାର 

ପୁରି ରହିଥାଏ |୩|


ବହୁ ସଂଗ୍ରାମ ବଳରେ ରାଜା ରାଜୁଡାଙ୍କ ଭତ୍ତା 

ହୋଇଥିଲା ଦୂର 

ଗରିବ ବାପୁଡା ଲୋନ ପାଉଥିଲା ଫଳ ବ୍ୟାଙ୍କ 

ଜାତୀୟକରଣର |୪|


ଚୌକିଦାର ସାଥେ ସଲାସଲି ହୋଇ ଖୋଳ 

କରି ପୁଂଜିପତି ଫେରାର

କୁହ ସବୁ ମୋର ଦେଶପ୍ରେମୀ ମାନବପ୍ରେମୀ 

ଭାଇ ଏହା କାହା ସ୍ୱାର୍ଥର |୫|


ରାଜା ରାଜୁଡା ଜମିଦାରୀ ଉଛେଦ ହୋଇଥିଲା 

ଗରିବର ସ୍ୱାର୍ଥ ପାଇଁ

ଆଜି କିନ୍ତୁ ଆମ୍ବାନି ଆଦାନି ଦେଶରେ ସୃଷ୍ଟି ହୁଏ 

କାହାର ଲାଭ ପାଇଁ |୬|


ଖଣ୍ତେ ଖଣ୍ତେ ବିକି ସରିଲାଣି ଜାତୀୟ ଧନ ମଶାଣି 

ପଦାରୁ ଧର୍ମଶାଳା ଯାଏ 

କର୍ତ୍ତବ୍ୟର ନାମେ ଧର୍ମ ଦ୍ୱାହିଦେଇ ସମ୍ବିଧାନ ଅଧିକାରକୁ 

ଟିକି ଟିକି କରି ଚରିଥାଏ |୭|


ଯୋଗରେ ଥିଲା ଆମ ଅମଳରେ ଏ ସବୁ ଦେଖିବା 

ପଥର ଲଦି ଛାତିରେ 

ଧୈର୍ଯ୍ୟ ବନ୍ଧ ଭାଂଗିଲାଣି ଦେଖି ଦେଖି ଏହି ଅପକର୍ମ, 

ଅପେକ୍ଷା ପରିବର୍ତ୍ତନ ଆଶାରେ |୮|



Rate this content
Log in

Similar oriya poem from Tragedy