STORYMIRROR

Baikunth Bihari Swain

Tragedy

4  

Baikunth Bihari Swain

Tragedy

ସ୍ନାନ ମଣ୍ଡପରେ ରକ୍ତର ଛିଟା

ସ୍ନାନ ମଣ୍ଡପରେ ରକ୍ତର ଛିଟା

1 min
283


ବିକଟାଳ ରଡ଼ି ଛାଡ଼ି ଯାଏ ଗଡି  

କର ମଣ୍ଡଳ ଗାଡ଼ି।   

ସମୁଖେ ଆସିଲା ଲୌହ ଦାନବ

ତା ଦେହେ ଗଲା ଚଢ଼ି।

କ୍ଷଣିକେ ହୋଇଲା ଓଲଟ ପାଲଟ

ସର୍ବ ସୁରକ୍ଷା ଛାଡ଼ି।

କେହି ନ ବୁଝିଲେ ନୀୟତିର ଖେଳ

ପାରିଲେ ନାହିଁ ଏଡି।

କାଳି ଅନ୍ଧାର ର ସେହି କାଳ ରାତ୍ର 

କାଳିମା ବୋଳି ଦେଲା।

ବାହାନଗା ମାଟି ରୁଧିର ଛିଟାରେ

ରକ୍ତ ରଞ୍ଜିତ ହେଲା।

କରୁଣ ଚିତ୍କାର ଶୁଭେ ବହୁ ଦୂର

ଭେଦି ଘନ ଅନ୍ଧାର।

କେତେ ପରିବାର ହେଲା ଛାରଖାର

ହଜିଲା ମଥା ସିନ୍ଦୂର।

ମାତା ପିତା ପାଶେ ପୁତ୍ର କନ୍ୟା ନାହିଁ

ବହେ ଲୋତକ ଧାର।

କେଉଁ ବାଲ୍ୟ ଶିଶୁ ଲୋଟି ଖୋଜୁ ଅଛି

ଭୂମି ପରେ ପୀୟର।

କୁଢ଼ କୁଢ଼ ଶବ ଏଣେ ତେଣେ ଠାବ

ଦେଖି ସେ ଭୀମ ରୂପ।

ଏ ଛାର ସଂସାର ଲୋଭ ମୋହ ମାୟା

ଦୂରେଇ ଦିଏ କୋପ।

କହରେ କାଳିଆ ବଡ଼ ଦେଉଳରେ

କାହିଁକି ବସି ତୁହି।

ଦୂରେଇ ପାରୁନୁ ଏ ଦୁଃଖ ଦୁର୍ଦ୍ଦଶା

କାନ୍ଦେ ଭାରତ ଭୂଇଁ।

ଭାବିଛୁ କି ତୁହି ନିସ୍ତାର ପାଇବୁ

ବସି ମଉନ ହୋଇ।

ସ୍ନାନ ମଣ୍ଡପରେ ନୟନ ଲୋତକେ

କର ହେ ସ୍ନାନ ତୁହି।

ଜଗତେ ଜଣାଇ ଦେଲୁ ମହାବାହୁ

ତୁହି ଜଗତ ନାଥ।

ବାହାନଗା ଦୁଃଖ ତୋ ମନେ ଭେଦିଲା

ମନ ହେଲା ଅସାନ୍ତ ।

ରକ୍ତ ଛିଟା ସ୍ନାନ ମଣ୍ଡପେ ଲାଗିଲା

ଜଗତ ଜାଣିଲା ପରା।

ମହାସ୍ନାନ କରି ଦରଶନ ଦେଲୁ

ଭକ୍ତ ଦୁଃଖ ପାଶୋରା।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy