STORYMIRROR

ବିଜୟ କୁମାର ନାୟକ

Tragedy Inspirational

3  

ବିଜୟ କୁମାର ନାୟକ

Tragedy Inspirational

ମହାରଥୀ

ମହାରଥୀ

1 min
405

ପରିପକ୍ୱତା ତାର ପ୍ରତିବିମ୍ବ ଧରି

ପ୍ରହସନ ଯେତେ କର,

ମାନବିକତା ର ମୂଲ୍ୟବୋଧ ଭିତ୍ତି

ରହିଛି ସନ୍ଦେହ ଘେର।


ଡିଣ୍ଡିମ ବଜାଅ ସର୍ବୋ୍କୃଷ୍ଟ ବୋଲି

ମନରେ ଘୃଣ୍ୟ ପ୍ରବୃତ୍ତି,

କେଉଁ ଉପାଦାନେ ଗଢ଼ା ତୁମେ କୁହ

ଯାଉନି ହୀନ ପ୍ରକୃତି।


ନିରୀହ ଲୋକଙ୍କ ସରଳ ମନର 

ଫାଇଦା ଜାଣିଛ ଭଲ,

ମୁଠାଏ ଫୋପାଡ଼ି ଗଣ୍ଠିଲି ଜାବୁଡ଼

ବୁଝିଛ କଥା ଅସଲ।


ମାଗଣା ପ୍ରସାଦ ଦାନ ଛତ୍ର ଦେଇ

ବୋଲାଅ ବଦାନ୍ୟ ବ୍ୟକ୍ତି,

ସିଂହର ଅଭାବେ ଶୃଗାଳ ବୋଲାଏ

ସର୍ବୋତ୍ତମ ନରପତି।


ବୋପା ଅଜା ଧନ ବାଣ୍ଟୁଛ ଯେମିତି

ନେଉନ ଟିକସ ରାଶି,

ତିଳ ତାଳ କର ଏ ଦେଲି ସେ ଦେବି

ଅନ୍ଧ କୁ ଯେହ୍ନେ ଆରିଶି।


ବିଭିନ୍ନ ଭ୍ରମରେ ଭ୍ରମୁଛ ଜନତା

ଜାଣିଛନ୍ତି କରାମତି

ସମୟ ଆସିଲେ ଦେଖେଇ ଟି ଦେବେ

କିଏ କେତେ ମହାରଥୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy