STORYMIRROR

ବିଜୟ କୁମାର ନାୟକ

Abstract

3  

ବିଜୟ କୁମାର ନାୟକ

Abstract

କର୍ତ୍ତବ୍ୟ ଆସନ

କର୍ତ୍ତବ୍ୟ ଆସନ

1 min
300

ଛଳ ଛଳ ଆଖି ଜଳ ଜଳ ଦେଖେ

ଅଧା ଅଧା ଗଢା ସପନ,

କଳ କଳ ବହେ ହୃଦୟ ଝରଣା

ଭରା ଭରା ମୃଦୁ କମ୍ପନ


ଚୋରା ଚୋରା ସେହି ଚଗଲି ଚାହାଣୀ

ଛୋଟ ଛୋଟ ମିଠା ଭାବନା,

ବଡ଼ ବଡ଼ ଲାଗେ ସ୍ମୃତି ଫରୁଆରେ

କେବେ କେବେ ଦିଏ ଯାତନା


ମିଛ ମିଛ ସିନା ସୁନେଲି ଭବିଷ୍ୟ

ସତ ସତ ହେବ ଭାବୁଛି,

ହସି ହସି ବସି ଟିକେ ପୁଣି ଋଷିି

ସପନ କି ସତ ହେଜୁଛି


ହେଜୁ ହେଜୁୁ ଯେବେ ନିକଟ ଅତୀତ

ଭୂତ, ଅଦ୍ୟାପି କୁ ଯୋଡୁଛି,

କଣ କଣ ପାଇ କି ଦେଲି ହରାଇ

ମନକୁ ପଚାରି ବୁଝୁଛି


ଛାଡ଼ ଛାଡ଼ କହି କର୍ତ୍ତବ୍ୟ ଆସନେ

ଘୁଞ୍ଚି ଘୁଞ୍ଚି ପାଶେ ଆସୁଛି,

ଭାବି ଭାବି କାହିଁ ସମୟ କୁ ବାହି

କୁହୁଡ଼ି ଘେରାକୁ ପେଶୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract