STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

ସଂସାର ହାଟ

ସଂସାର ହାଟ

1 min
322

ସଂସାର ହାଟରେ ସୁଖର ସଉଦା

ମହଙ୍ଗା ରୁ ଭାରି ବେଶୀ,

ଦୁଃଖ ସାଥେ ମିଳେ ଅପନିନ୍ଦା ବୋଝ

ମାଗଣା ରେ ପେଲି ପଶି.......


ଗରାଖ ଈଶ୍ବର ଦୋକାନୀ ଅସୁଲ

ଗଲା ଚାଲି ନିଜ କକ୍ଷେ,

ବିଚରା ଜୀବନ ଶାନ୍ତି ଖୋଜି ଖୋଜି

ବାହୁଡ଼େ ମରଣ ମୁଖେ।


ଭୁଲି ହିତାହିତ, ଶତ ପ୍ରତିଶତ

ଧାଏଁ ମିଛ ଝୁଲା ବୋହି,

ସଉଦା କିଣାରେ ମୂଲ ଚାଲ କରି

ମୂଳଧନ ଦିଏ ପାହି।


ସୁବିଧା ଖୋଜି ସେ ସ୍ୱଳ୍ପ ସମୟରେ

ଏପାଖ ସେପାଖ ହଲେ,

ମିଛ ମୋହ ମାୟା ତାଜା ସଜ ଲାଗେ

ଭରି ନିଏ ଅଣ୍ଟି ଝୁଲେ।


କିଣା କିଣି ସାରି ଫେରି ଆସେ ପୂରେ

ଖୋଲେ ସଞ୍ଚା ପୂଳି ପେଡ଼ି,

ଧରମ ବଦଳେ ଅଧର୍ମ ପୁଳାଏ

କାହିଁକି ନେଲି,ରେ ଭିଡ଼ି।


ବାର ବାର ଯାଏ, ପୁଣି ଭ୍ରମୁ ଥାଏ

ପାସୋରି ଚିଜ ଅସଲ,

ଏମନ୍ତ ବେଭାର କିମ୍ପା ଛାର ନର

ନ ହୋଇବ କଲବଲ।।



இந்த உள்ளடக்கத்தை மதிப்பிடவும்
உள்நுழை