STORYMIRROR

ବିଜୟ କୁମାର ନାୟକ

Abstract

2  

ବିଜୟ କୁମାର ନାୟକ

Abstract

ବଳାତ୍କାରୀ ର ବଳାତ୍କାର

ବଳାତ୍କାରୀ ର ବଳାତ୍କାର

1 min
428

କଣ ଲେଖିବି, ଥରୁଛି କଲମ, ଲାଜ ଲାଗୁଛି କହିବାକୁ, ମୁଁ ପୁରୁଷ,

ଧେତ୍, କ୍ଲିବ ହୋଇଥିଲେ ଭଲ ହୋଇଥାନ୍ତା, ଏମିତି ଜାତିରେ ଜନ୍ମ ଗ୍ରହଣ କରି, କଣ ଏଭଳି ଘୃଣ୍ୟ କାମ କରିବ ବୋଲି, ସୃଷ୍ଟି ର ସ୍ରଷ୍ଟା 

ପୁରୁଷତ୍ଵ ଭରି ଦେଇଥିଲେ ସୁରକ୍ଷା ଓ ସହାୟତା ପାଇଁ ଏ ଶକ୍ତି କୁ କେନ୍ଦ୍ରୀଭୂତ କରାଇ ଥିଲେ, ନା କି ବଳପୂର୍ବକ କାହା ଉପରେ ଜୋର୍ ଜବରଦସ୍ତ ପୁରୁଷପଣିଆ କୁ ପ୍ରମାଣ କରିବା ପାଇଁ। ଧିକ୍ ସେ ମାତୃତ୍ଵ, ଶତ ଧିକ ସେ ପୁରୁଷତ୍ଵ କୁ, ସହସ୍ରବାର ଥୁ ସେ ସଂସ୍କାର କୁ।।


ମାତୃ ଭଗ୍ନୀ ଯଥା ସ୍ଥାନ ତାହାର ମାଧୂର୍ଯ୍ୟ

କାମନା ର କାମାନ୍ଧରେ ଭୁଲିଲୁ ଅନାର୍ଯ୍ୟ

କାମ ଶକ୍ତି ପ୍ରଜ୍ଜଳ ରେ ଭୁଲି ତୋ ପ୍ରାଚୁର୍ଯ୍ୟ

ଜାହିର୍ କରୁଛୁ ମୁଢ଼ ରକ୍ତ ବଳ ବୀର୍ଯ୍ୟ


ଭୁଲିଗଲୁ, ଜାତ ତୁହି ଯେଉଁ ମାତୃ ଗର୍ଭୁ 

ଉତ୍ପତ୍ତି ତୋ କେଉଁ କାର୍ଯ୍ୟେ ଶାପ କିଆଁ ଲଭୁ

ଯଶ ଅରଜିବୁ ଅବା ତରିଯିବୁ ଭବୁ,

ଜନ୍ମେ ଜନ୍ମେ କାମାନଳେ ଲିପ୍ତ ରହିଥିବୁ


ସଂହାର କାରିଣୀ ତୋତେ ସଂହାରିବା ପାଇଁଁ,

ସଜାଡୁ ଅଛନ୍ତି ଖଡ୍ଗ ଉଗ୍ରମୂର୍ତ୍ତି ହୋଇ,

ନାଶିଦେବେ ପୁରୁଷାଙ୍ଗ ହେବ ଧରାଶାୟୀ,

ବ୍ୟତିକ୍ରମେ ଅସ୍ତିତ୍ବ ତୋ ହରାଇବୁ ତୁହି


ଅଭିସାର,ମମତାର, ଦେଖିଛୁ ତୁ ରୂପ,

କାଳ, କ୍ରୁର କାତାୟନୀ ନାଶିବେ ବହପ,

ଜିହ୍ୱା ଲେହନ ରେ ଶୋଷି ନେବେ ତୋର ଦର୍ପ,

କ୍ଷଣକରେ ଚୂର ହେବ ଆସୁରିକ ଗଳ୍ପ


ଶାନ୍ତି, ସୁଧା, କାଦମ୍ବରୀ ଭକ୍ତେ ପିଆଇବେ,

କୀଟ ଯୋନି ଲଭିବୁ ତୁ ନରକେ ଖେପିବେ,

ବଳାତ୍କାରୀ ବଳାତ୍କାର ସଂସାରୁ ପୋଛିବେ,

ଦୁଷ୍କର୍ମ ର ଦୂରାବସ୍ଥା ଜଗତେ ଦେଖିବେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract