STORYMIRROR

Kabiratna Nutan Kumar Behera

Tragedy Classics Inspirational

4  

Kabiratna Nutan Kumar Behera

Tragedy Classics Inspirational

ବର୍ଷା ଆସିଲାଣି ଘରକୁ ଯିବା

ବର୍ଷା ଆସିଲାଣି ଘରକୁ ଯିବା

1 min
25


ବର୍ଷା ଆସିଲାଣି ଘରକୁ ଯିବା 

ଆଜିର କାମ ବର୍ତ୍ତମାନ ପାଇଁ ଏତିକିରେ ଥାଉ 

ବର୍ଷା ଟିକେ ମାଟି ଭେଦିଲା ପରି ହେଉ 

ହଁ... ତୁମେ କହୁଛ ତ ଠିକ୍ ... ଭାବି ଚିନ୍ତି 

ହେଲେ ଯିବା କେମିତି ଯେ...ଏଇ ପରା ସେ

ପାଉଁଜି ପିନ୍ଧି ଛମ୍ ଛମ୍ ନାଚିଲାଣି 

ତା' ଛନ୍ଦ ରାଗ ରାଗିଣୀରେ ନିଏ ଟାଣି 

ବର୍ଷାରେ ଭିଜି ଗାଧୋଇବାର ମଜା 

ମନରେ ଆଣୁଥିଲେ ବି ନିଆରା ଉନ୍ମାଦନା 

ପରିବେଶ ପରିସ୍ଥିତି ଓ ସ୍ଵାସ୍ଥ୍ୟଗତ କାରଣରୁ 

ରହିବାକୁ ହେଉଛି ଏବେ ସଚେତନ 

ମୁଁ ମଧ୍ୟ ଚାହୁଁଛି... ହେଉଛି ତୁମ ପରି ବ୍ୟସ୍ତ

ବର୍ଷା ଆସିଲାଣି ଘରକୁ ଯିବା 

ବର୍ଷୁ ଥିଲା ବେଶ୍ ତନୁମନକୁ ଲାଗୁଥିଲା ଛିଟା 

ଏବେ ଜୋର୍ ରେ ତ ପବନ ବି ବସିଲାଣି 

ପୁଣି ଘନ ଘନ ବିଜୁଳି ମାରବା ସହିତ 

ଛାତି ଦି' ଫାଳ ହେଲା ପରି ପ୍ରବଳ ଘଡ଼ଘଡ଼ି 

ଏ ତ ଦେଖୁ ଦେଖୁ ତାଣ୍ଡବ ରଚିଲାଣି

ଏତେ ବର୍ଷାରେ ଯିବା...କ'ଣ ଭିଜି ଭିଜି କି 

ସବୁଠୁ ଭଲ ହେବ ଏଠି ଟିକେ ଅଟକି ଯିବା 

ତାକୁ ବାଦ କରି ଆମେ ଦୌଡ଼ି ଯିବା 

ନିଶ୍ଚିତ ଅବୁଝା ପଣର ଏକ ବୋକାମୀ ହେବ 

ଏତେ ତରତରରେ ... ପାଦ ଖସି ଯାଇ ପାରେ

କଚଡା ଖାଇ ପଡ଼ି ଯିବାର ସମ୍ଭାବନା ବେଶି 

ସାବଧାନ ହେବା ...ଏଠି ଆଶ୍ରୟ ନେଇ 

ଏ ବର୍ଷା ଛାଡ଼ୁ ଯିବା ଆରାମରେ ଗପି ଗପି 

ତା' ଛଡ଼ା ଆମ ପାଖରେ ଛତା ଅଛି ନା ବର୍ଷାତି 

ପାଗ ଭଲ ଥିଲା ବାହାରି ଆସିଥିଲୁ  

ଏତେ ବରଷିବ ବୋଲି ଆଶା ନ ଥିଲା 

ଏବେ ସେ ବର୍ଷା ଆସିଲାଣି ଘରକୁ ଯିବା 

ଘରକୁ ନ ଯାଇ ଆଉ ଯିବା କେଉଁଠି ଯେ 

ସେଇ ଘର ତ ଆମ ପାଇଁ ସବୁ କିଛି 

ପରିବାରରେ ସମସ୍ତଙ୍କର ମନ ନେଇ ଚଳିବା 

ପରସ୍ପର ମଧ୍ୟରେ ମଧୁର ସଂପର୍କ ରଖି 

ଆଗକୁ ବଢ଼ିବା... ସ୍ବପ୍ନକୁ ସାକାର କରିବା ତ

ଆମ ସମସ୍ତଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ 

ଥିଲେ ସଜାଗ ନିଜ ଦାୟିତ୍ଵ କର୍ତ୍ତବ୍ୟରେ

ସଫଳତା ନିଶ୍ଚିତ ଆସିବ ଆମ ହାତ ମୁଠାକୁ 

ଏୟ୍ ...ଯେମିତି ଏ ବର୍ଷାକୁ ଚାହିଁଥିଲେ 

ସମସ୍ତେ ପ୍ରବଳ ଗରମରେ ଅତିଷ୍ଠ ହୋଇ 

ସେ ତ ଆସିଲା ଆକାଶର ବାଦଲ୍ ଫଟାଇ 

ତେବେ ଏତେ ବ୍ୟସ୍ତ କ'ଣ ପାଇଁ 

ଏତେ ଛାନିଆଁ ହୋଇ ମୋତେ କହୁଛ 

ବର୍ଷା ଆସିଲାଣି ଘରକୁ ଯିବା...।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy