STORYMIRROR

Kabiratna Nutan Kumar Behera

Tragedy Classics Inspirational

3  

Kabiratna Nutan Kumar Behera

Tragedy Classics Inspirational

ଜୀବନଟା ଏକ ପାଣି ଫୋଟକା

ଜୀବନଟା ଏକ ପାଣି ଫୋଟକା

1 min
235


ଜୀବନଟା ଏକ ପାଣି ଫୋଟକା

ସମୟର ପାଣି ସୁଅ ବହି ଯାଉ ଯାଉ ବାଟେ 

ପବନ ଟିକିଏ ପଶିଗଲେ ତା' ଭିତରେ

ଫୁଲି ହୋଇଯାଏ ସୁନ୍ଦର ଅର୍ଦ୍ଧ ଗୋଲାକାର

ପାଣିରୁ ଜନମି ଭାସୁଥାଏ ପାଣିରେ

ପୁଣି ପାଣିରେ ଯାଏ ସେ ହଠାତ୍ ମିଳାଇ

ପାଇ ଅଦେଖା ପବନର ଟିକିଏ ଧକ୍କା 

ଜୀବନଟା ଏକ ପାଣି ଫୋଟକା

ନିମିତ୍ତ ମାତ୍ର ହୋଇଥାଏ ତାର ଅବଧି

ସମୟର ପରିମାଣ ହୋଇଥାଏ ତା' ବୟସ

ହିସାବରେ ଗଣାହୁଏ ସେ ଆୟୁଷ 

ଦେଖୁ ଦେଖୁ ହଜିଯାଏ ରହେନା ତା' ଚିହ୍ନ

ପାଣିରୁ ଅଲଗା ହୋଇ ରହି ପାରେନା ଏକା

ଆଖିକୁ ଦିଶୁଥିଲେ ବି ବାସ୍ତବ ତା' ରୂପ

ଦୃଶ୍ୟରୁ ଅଦୃଶ୍ୟ ହୋଇଯାଏ ଅଜାଣତରେ

ପୂର୍ଣ୍ଣ ପ୍ରାୟେ ହୋଇ ମଧ୍ୟ ହୁଏ ଶୂନ୍ୟ

ଅନୁଭବୀ କହେ ରୁକ୍ଷ ମରୁର ଏ ମରୀଚିକା

ଜୀବନଟା ଏକ ପାଣି ଫୋଟକା 

ତା' ଭରସାରେ ଜଣେ ଦେଖାଏ ଦାମ୍ଭିକତା

ଅଣାୟତ ଏ ନିଶ୍ଵାସର କି ବିଶ୍ଵାସ 

କେବେ ଅଟକି ଯାଇ ଦିଏ ସେ ଧୋକା

ଜାଣିଲେ ବିନ୍ଦୁଏ ଅଜଣା ରହିଯାଏ ସିନ୍ଧୁଏ

ଅତୀତ ରହେ ପଛେ ବର୍ତ୍ତମାନ ଥାଏ ସାଥିରେ 

ଭବିଷ୍ୟତ ଦେଉଥାଏ ଚେତାବନୀ

କହେ ନିଜକୁ ଦେଖି କର ଉଚିତ ବିଚାର

ସମୟର ସଦୁପଯୋଗ କର ଆସିଛି ମଉକା

କଲେ ତାର ଅବହେଳା ଆଶା ହେବ ବୃଥା 

ମନରେ ପ୍ରାଣରେ ରଖନା ସନ୍ଦେହ ଶଙ୍କା

ଧ୍ୟାନ ରଖି ଆଗେଇ ଯାଅ ପଥେ ପଥେ 

ଜୀବନ ଏକ ପାଣି ଫୋଟକା ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy