STORYMIRROR

Goutam Swain

Tragedy Classics Inspirational

3  

Goutam Swain

Tragedy Classics Inspirational

ଧର୍ମର ବିଜୟ

ଧର୍ମର ବିଜୟ

1 min
18

ଗାଁ ଗାଁ ଆଜି ଅଯୋଧ୍ୟା ନଗରୀ

ପୁରେ ପୁରେ ହରିନାମ 

୫୦୦ ବରଷ ବନବାସ ସାରି 

ଫେରୁଛନ୍ତି ଆଜି ରାମ ll


୧୪ ବରଷ ବନବାସ ଯିଏ 

ହସି ହସି ଦେଲେ କାଟି 

ଏ ଦୁନିୟା ତାକୁ ଡର ଦେଖେଇଲା

ଗଢ଼ା ମନ୍ଦିର ଭାଙ୍ଗି ll


ଲୋଡ଼ା ନାହିଁ ତାକୁ ସୁନାର ମୁକୁଟ 

ରାଜ୍ୟ କି ରାଜ ଉଆସ

ଭଙ୍ଗା ତମ୍ବୁ ତଳେ କାଟିଲେ ଜୀବନ 

ବର୍ଷ ବର୍ଷ ମାସ ମାସ ll


ହେଲା ବିଜୟ ଧର୍ମର ପୁଣି  

ଶତ୍ରୁ ହେଲେ ଛାନିଆ   

ଭବ୍ୟ ମନ୍ଦିର ହୋଇଲା ପ୍ରତିଷ୍ଟା 

ଦେଖିଲା ସାରା ଦୁନିଆ ll


ସତ୍ୟ ନ୍ୟାୟ ଆଉ ତ୍ୟାଗ ଆଦର୍ଶର

ବାର୍ତ୍ତାଟି ଦେବା ପାଇଁ 

ଧରା ପୃଷ୍ଠରେ ମର୍ଯ୍ୟାଦା ପୁରୁଷ 

ପୁଣି ଆସିଛନ୍ତି ଧାଇଁ ll


ଘରେ ଘରେ ଜନ୍ମ ନିଅନ୍ତୁ ଶ୍ରୀରାମ 

ନ ରହୁ ରାବଣ ଭୟ  

ଅକ୍ଷୟ ରହୁ ପୁଣ୍ୟ ଜଗତେ 

ଧର୍ମର ହେଉ ଜୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy