ମିଛ ମରୀଚିକା
ମିଛ ମରୀଚିକା
ଆଉ କାନ୍ଦିବିନି ସ୍ମୃତିକୁ ଆଦରି
ଯାହା ଥିଲା ଅତୀତରେ
ମିଛ ମରୀଚିକା ପଛେ ଧାଇଁବିନି
ରହିଯାଉ ପଛେ ଦୂରେ,
ପ୍ରୀତି ଯଦି ଏଠି ନଈଟିଏ ଆଜି
ଆଶା ହୁଏ ମହାସିନ୍ଧୁ
କଅଁଳ ମନରେ ପ୍ରତିଘାତ ନିଆଁ
ଜଳାଏ ଆପଣା ବନ୍ଧୁ,
ସପନବି ମରେ ରାତିର ଶେଯରେ
ନୀରବତା ହେଲା ପରେ....
ଜୀବନ ଆକାଶେ ତୁମେ ଭସା ମେଘ
ବରଷୁନ ଚଲା ବାଟେ
ଆଖିର ଲୁହକୁ କେତେ ବା ଢାଳିବି
ମିଶିବାକୁ ସିନ୍ଧୁ ତଟେ,
କାହିଁକି ଏମିତି ଦୋଷୀଟିଏ କଲ
ଏକାଏକା ନିତି ଝୁରେ...।