STORYMIRROR

Er.Sasanka Sekhar Panda

Abstract Romance Tragedy

3  

Er.Sasanka Sekhar Panda

Abstract Romance Tragedy

ମିଛ ମରୀଚିକା

ମିଛ ମରୀଚିକା

1 min
10

ଆଉ କାନ୍ଦିବିନି ସ୍ମୃତିକୁ ଆଦରି

ଯାହା ଥିଲା ଅତୀତରେ

ମିଛ ମରୀଚିକା ପଛେ ଧାଇଁବିନି

ରହିଯାଉ ପଛେ ଦୂରେ,

ପ୍ରୀତି ଯଦି ଏଠି ନଈଟିଏ ଆଜି

ଆଶା ହୁଏ ମହାସିନ୍ଧୁ

କଅଁଳ ମନରେ ପ୍ରତିଘାତ ନିଆଁ

ଜଳାଏ ଆପଣା ବନ୍ଧୁ,

ସପନବି ମରେ ରାତିର ଶେଯରେ

ନୀରବତା ହେଲା ପରେ....

ଜୀବନ ଆକାଶେ ତୁମେ ଭସା ମେଘ

ବରଷୁନ ଚଲା ବାଟେ

ଆଖିର ଲୁହକୁ କେତେ ବା ଢାଳିବି

ମିଶିବାକୁ ସିନ୍ଧୁ ତଟେ,

କାହିଁକି ଏମିତି ଦୋଷୀଟିଏ କଲ

ଏକାଏକା ନିତି ଝୁରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract