ପ୍ରେମ ତଟିନୀରେ
ପ୍ରେମ ତଟିନୀରେ
1 min
110
ଫଗୁଣ ଆସିଛି ବାରତା ନଦେଇ
ମୋ ମନର ବଗିଚାରେ
କୋଇଲି ଗାଉଛି ତରୁ ଡାଳେ ବସି
ମଧୁପାଇ ଫୁଲ ପରେ,
ମଧୁର ସୁବାସ ଗୁଂଜରିତ ହୋଇ
ଆଖିରେ ଦେଖାଏ ସପନ
ପ୍ରେମ ତଟିନୀରେ ତରଣୀ ସଜାଇ
ଆବେଗରେ ଯାଏ ବହନ,
କେମିତି ପିରତି ଚାହେଁ ସାରା ରାତି
ଯୁଗଳ ନୟନ ତୀରେ....
ନୀଳ ବିହୟାଶେ ସପ୍ତରଙ୍ଗ ସାଥେ
ମୋ ପ୍ରିୟାର ମୁଖ ଦିଶେ
ଦୂର ଅଟବୀରୁ ମନୋହର ସ୍ୱର
ସମୀରଣେ ଭାସି ଆସେ,
ଏମିତି ମିତଣୀ ତା'ପାଇଁ କାହାଣୀ
ଲେଖୁଛି ବରଷା ଧାରେ....
