STORYMIRROR

Er.Sasanka Sekhar Panda

Others

3  

Er.Sasanka Sekhar Panda

Others

ପ୍ରେମ ତଟିନୀରେ

ପ୍ରେମ ତଟିନୀରେ

1 min
104

ଫଗୁଣ ଆସିଛି ବାରତା ନଦେଇ

ମୋ ମନର ବଗିଚାରେ

କୋଇଲି ଗାଉଛି ତରୁ ଡାଳେ ବସି

ମଧୁପାଇ ଫୁଲ ପରେ,

ମଧୁର ସୁବାସ ଗୁଂଜରିତ ହୋଇ

ଆଖିରେ ଦେଖାଏ ସପନ

ପ୍ରେମ ତଟିନୀରେ ତରଣୀ ସଜାଇ 

ଆବେଗରେ ଯାଏ ବହନ,

କେମିତି ପିରତି ଚାହେଁ ସାରା ରାତି

ଯୁଗଳ ନୟନ ତୀରେ....

ନୀଳ ବିହୟାଶେ ସପ୍ତରଙ୍ଗ ସାଥେ

ମୋ ପ୍ରିୟାର ମୁଖ ଦିଶେ

ଦୂର ଅଟବୀରୁ ମନୋହର ସ୍ୱର

ସମୀରଣେ ଭାସି ଆସେ,

ଏମିତି ମିତଣୀ ତା'ପାଇଁ କାହାଣୀ

ଲେଖୁଛି ବରଷା ଧାରେ....


Rate this content
Log in