STORYMIRROR

Er.Sasanka Sekhar Panda

Romance

2  

Er.Sasanka Sekhar Panda

Romance

ଚନ୍ଦ୍ର ବଦନୀ

ଚନ୍ଦ୍ର ବଦନୀ

1 min
2.8K

ଚନ୍ଦ୍ର ବଦନୀ ମୋ ମନ କାମିନୀ

ହୃଦୟରେ କଲା ବାସ

ଲାବଣ୍ୟ ଓଠରୁ ଝରି ପଡ଼ୁଥିଲା

ମଧୁଝରା ଟିକି ହସ

ଋତୁ ରାଣୀ ସିଏ ମୋ ମନ ଆକାଶେ

ତା ପାଇଁ ମୁଁ ଧାରା ଶ୍ରାବଣ

ପ୍ରେମ ବଗିଚାରେ କୁସୁମ କଳିକା

ଫୁଟି ଉଠେ ହୋଇ ତରୁଣ,

ଯୌବନ ନଦୀରେ ପାଦ ଥାପେ ଧୀରେ

ସାଜିବାକୁ ବଧୂ ବେଶ

ସପନ ରାଇଜ ରାଜକୁମାରୀ ସେ

ରୂପ ତା ଅମୁଲ ମୂଲ

ମନ ଚଢେଇଟା ଉଡ଼ି ଯାଉଥିଲା

ପାଇବାକୁ ଟିକେ ଭଲ,

ପରାଣ ସଙ୍ଗିନୀ ଚିର କାଦମ୍ବିନୀ

ତା ପାଇଁ ମୋ ଅନିମେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance