STORYMIRROR

Er.Sasanka Sekhar Panda

Abstract Classics Inspirational

3  

Er.Sasanka Sekhar Panda

Abstract Classics Inspirational

ବରଷୁ ଶାଶ୍ୱତ ଧାରା

ବରଷୁ ଶାଶ୍ୱତ ଧାରା

1 min
201

ଅମାର ଅନ୍ଧାର ଦୂରେ ଚାଲି ଯାଉ

ଆଲୋକର ଦୀପ ଜାଳି

ଆମ ପରମ୍ପରା ସଦା ରହିଥାଉ

ପ୍ରଣତିର ଅର୍ଘ୍ୟ ଢାଳି

ଶୁଭ ହେଉ ଦୀପାବଳି।


ଦୀପରେ ସଜାଇ ମୁରୁଜ ବିଛେଇ

ଶୃଙ୍ଗାଇତ କର ଧରା

ଉଲ୍ଲସିତ ମନେ ଭାବର ପ୍ରଦାନେ

ବରଷୁ ଶାଶ୍ୱତ ଧାରା

ଶୁଭ ଦୀପାବଳି ପରା।


ଶାନ୍ତି ମୈତ୍ରୀର ସମ୍ପର୍କ ସୂତାରେ

ସଭିଙ୍କୁ ଏକାଠି କରି 

ଜଳାଇବା ନିଜ ସ୍ୱାର୍ଥର ଦୀପାଳି

ପ୍ରେମର ଗହଣା ଧାରୀ

ମୁକୁତା ପଡ଼ିବ ଝରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract