STORYMIRROR

Er.Sasanka Sekhar Panda

Romance Fantasy

4  

Er.Sasanka Sekhar Panda

Romance Fantasy

ଦୂରତା

ଦୂରତା

1 min
393

ଇତି ଇତି ଆଜି ସବୁ ଇତି ଆଜି 

ପ୍ରେମର ପହିଲି ପ୍ରୀତି  

ବିତି ବିତି ଯାଏ ସବୁ ବିତି ଯାଏ 

ବତୁରି ଆସଇ ସ୍ମୃତି ।

ସାଇତା ସପନ ହୁଏ ବାଟବଣା 

ହୃଦୟ ଦୁଆର ଡେଇଁ

ହାରିଯାଏ ନିତି ସମୟର ପାଖେ 

ଅତୀତ ଦୂରତା ପାଇଁ ।

ନାହିଁ ସେ ଫଗୁଣ ନାହିଁ ସେ ଶ୍ରାବଣ 

ନାହିଁ ସେଇ ଜହ୍ନ ରାତି

ନଇଁ ନଇଁ ଯାଏ ସକାଳ ସୁରୁଜ 

ଜହ୍ନକୁ ଡାକରା ଦେଇ ।

ମଉଳା ସଞ୍ଜରୁ ସିନ୍ଦୁରା ସୁହାଗେ 

ଉଜାଗରେ ରହେ ଚାହିଁ,

ଦେଖିଯାଅ ଥରେ ମୁଁ କେତେ ଦୁଃଖରେ 

ଜାଳୁଛି ଜୀବନ ବତୀ ।


Rate this content
Log in

Similar oriya poem from Romance