STORYMIRROR

Er.Sasanka Sekhar Panda

Abstract Drama Classics

4  

Er.Sasanka Sekhar Panda

Abstract Drama Classics

ସ୍ମୃତିର ଗାଁ

ସ୍ମୃତିର ଗାଁ

1 min
400

ସ୍ମୃତିର ଗାଁ ମନେ ପଡ଼ିଲେ 

ଖୋଜେ ମମତା ଡୋରି 

ଆଖି ଆକାଶେ ମେଘ ଘୋଟିଲେ

ଲୁହତ ଯାଏ ଝରି,

ମନରେ ଥିଲା କେତେ ସପନ

ହୃଦୟ କିଣା ବିକା

ଆପଣା ସାଥୀ ମେଳରେ ସତେ

ନିଇତି ହୁଏ ଦେଖା,

ନଈ ପହଁରା ଦୋଳ ଯାତରା 

ଯାଏନି ମନୁ ଫେରି...

ସ୍ମୃତିର ଗାଁ ମନେ ପଡ଼ିଲେ 

ଖୋଜେ ମମତା ଡୋରି...

କାହାଣୀ ପେଡ଼ି ରହିଛି ଲୁଚି

ସେଇ ସମୟ ପାଖେ

ଆମ୍ବ ତୋଟାର କୋଇଲୀ ସ୍ୱନେ

ଫଗୁଣ ଗୀତ ଲେଖେ,

ସତେକି ଆଜି ସେହି ସରାଗ 

ରହିଛି ମନ ମାରି...

ସ୍ମୃତିର ଗାଁ ମନେ ପଡ଼ିଲେ 

ଖୋଜେ ମମତା ଡୋରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract