STORYMIRROR

Er.Sasanka Sekhar Panda

Abstract Others

4  

Er.Sasanka Sekhar Panda

Abstract Others

ଅଳି

ଅଳି

1 min
23.3K

ଆଞ୍ଜୁଳେ ସପନ ମାଗିଥିଲି ଦିନେ 

ତୁମ ପାଖେ ଅଳିକରି

ହାତେ ହାତ ରଖି ଦେଇଥିଲ କଥା

ଯିବ ନାହିଁ ଅପସରି, 

ପ୍ରେମ ବଗିଚାରୁ ପିରତିର ଫୁଲ

ଚାହୁଁଥିଲା ସିନା ମନ

ତଥାପି ଯେମିତି ଲାଗୁଥିଲା ସେତ

ଦୂର ଆକାଶର ଜହ୍ନ, 

ଶିଶିର ବିନ୍ଦୁରେ ଦିଶୁଥାଏ ମୂଖ

ସତେକି ଆସିବ ଫେରି..... 

ସୁରୁଜ ଡୁବିଲା ନଈ ସେପାଖରେ

ମନବି ପଡ଼ିଲା ଶୋଇ

ହୃଦୟ ବୁକୁରେ ଜଳିଗଲା ଆଶା

ଆଖି ଧାରେ ଲୁହ ନେଇ, 

କେମିତି କହିବି କେତେ ଯେ ଯାତନା

ଦେଇଛ ଏ ଦେହେ ଭରି..... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract