STORYMIRROR

Sitansu Jena

Abstract Tragedy

3  

Sitansu Jena

Abstract Tragedy

ବନ୍ଧ୍ୟା

ବନ୍ଧ୍ୟା

1 min
153


ବିଧାତା ଦେଇଛି ସଂସାରେ ଜନମ

ରଚିବାକୁ ତା ନିୟମ

କାହିଁକି ଅଚିରେ କରେ ଉଲଙ୍ଗନ

ଏକି ତାର ମନ୍ଦ କର୍ମ

ସୁଢଳ ରୁଚିର ତନୁ ବଲ୍ଲରୀଟା 

ନୁହେଁ ଧନ୍ୟ ଗର୍ଭାସମ

ବିଧାତା ଦେଇଛି ସଂସାରେ ଜନମ

ରଚିବାକୁ ତା ନିୟମ ।


ଅପୁତ୍ରିକ ମୁଖ ନୁହେଁ ଦେଖିବାର

ପୁରାଣ ରଚନା କଲା

କେଉଁଠାବେ ମୋତେବାସ ନ ମିଳିଲା

ସମାଜ ଧିକାର ଦେଲା

ମୋ ମୁହଁ ଚାହିଁଲେ କର୍ମ ଅସଫଳ

ଶୁଭ କାମେ ନୁହେଁ ମମ

ବିଧାତା ଦେଇଛି ସଂସାରେ ଜନମ

ରଚିବାକୁ ତା ନିୟମ ।


ଏତେ ହତଭାଗ୍ୟ ଜୀବନ ମୋହର

ବାଂଝ ଡାକେ କେ ମୋତେ

ବାଟ ଅବାଟରେ ମୋତେ ଆଡ଼ ହୋଇ

ଲୋକେ ପଳାବାନ୍ତି ସତେ

ଯେଉଁ ଭୂମି ପରେ ପାଦ ପଡେ ମୋର

ସେ ଭୂମି ନିଷ୍ଫଳ କ୍ଷମ 

ବିଧାତା ଦେଇଛି ସଂସାରେ ଜନମ

ରଚିବାକୁ ତା ନିୟମ ।


କେମିତି ଏମିତି ସରଜନା ତୁମ

ଦେଉଥିଲ ଆହେ ସାଇଁ

ବଞ୍ଚିବାକୁ ଇଚ୍ଛା ହୁଏ ନାହିଁ ଜମା

ମରନ୍ତି ଜହର ଖାଇ

ମୋ ଛାଇ ପଡିଲେ ମାଟି ଅପବିତ୍ର

ନେଇଯାଅ ବାରେ ଯମ

ବିଧାତା ଦେଇଛି ସଂସାରେ ଜନମ

ରଚିବାକୁ ତା ନିୟମ ।


ଆଉ କା ଭାଗ୍ୟେ ଲେଖ ନାହିଁ ପ୍ରଭୁ

ସରଂଚନା ଶକ୍ତି ରୋଧୀ

ସହିହେବ ନାହିଁ କୁସ୍ଛା କାହାରି

ଜନମରୁ ଦିଅ ବଧି

ତୁମେ ସ୍ରଷ୍ଠା ହୋଇ ସୃଷ୍ଟି ନିର୍ମାଣରେ 

ହରୁଛ କାହିଁକି ସୌମ୍ୟ 

ବିଧାତା ଦେଇଛି ସଂସାରେ ଜନମ

ରଚିବାକୁ ତା ନିୟମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract