ବନ୍ଧ୍ୟା
ବନ୍ଧ୍ୟା
ବିଧାତା ଦେଇଛି ସଂସାରେ ଜନମ
ରଚିବାକୁ ତା ନିୟମ
କାହିଁକି ଅଚିରେ କରେ ଉଲଙ୍ଗନ
ଏକି ତାର ମନ୍ଦ କର୍ମ
ସୁଢଳ ରୁଚିର ତନୁ ବଲ୍ଲରୀଟା
ନୁହେଁ ଧନ୍ୟ ଗର୍ଭାସମ
ବିଧାତା ଦେଇଛି ସଂସାରେ ଜନମ
ରଚିବାକୁ ତା ନିୟମ ।
ଅପୁତ୍ରିକ ମୁଖ ନୁହେଁ ଦେଖିବାର
ପୁରାଣ ରଚନା କଲା
କେଉଁଠାବେ ମୋତେବାସ ନ ମିଳିଲା
ସମାଜ ଧିକାର ଦେଲା
ମୋ ମୁହଁ ଚାହିଁଲେ କର୍ମ ଅସଫଳ
ଶୁଭ କାମେ ନୁହେଁ ମମ
ବିଧାତା ଦେଇଛି ସଂସାରେ ଜନମ
ରଚିବାକୁ ତା ନିୟମ ।
ଏତେ ହତଭାଗ୍ୟ ଜୀବନ ମୋହର
ବାଂଝ ଡାକେ କେ ମୋତେ
ବାଟ ଅବାଟରେ ମୋତେ ଆଡ଼ ହୋଇ
ଲୋକେ ପଳାବାନ୍ତି ସତେ
ଯେଉଁ ଭୂମି ପରେ ପାଦ ପଡେ ମୋର
ସେ ଭୂମି ନିଷ୍ଫଳ କ୍ଷମ
ବିଧାତା ଦେଇଛି ସଂସାରେ ଜନମ
ରଚିବାକୁ ତା ନିୟମ ।
କେମିତି ଏମିତି ସରଜନା ତୁମ
ଦେଉଥିଲ ଆହେ ସାଇଁ
ବଞ୍ଚିବାକୁ ଇଚ୍ଛା ହୁଏ ନାହିଁ ଜମା
ମରନ୍ତି ଜହର ଖାଇ
ମୋ ଛାଇ ପଡିଲେ ମାଟି ଅପବିତ୍ର
ନେଇଯାଅ ବାରେ ଯମ
ବିଧାତା ଦେଇଛି ସଂସାରେ ଜନମ
ରଚିବାକୁ ତା ନିୟମ ।
ଆଉ କା ଭାଗ୍ୟେ ଲେଖ ନାହିଁ ପ୍ରଭୁ
ସରଂଚନା ଶକ୍ତି ରୋଧୀ
ସହିହେବ ନାହିଁ କୁସ୍ଛା କାହାରି
ଜନମରୁ ଦିଅ ବଧି
ତୁମେ ସ୍ରଷ୍ଠା ହୋଇ ସୃଷ୍ଟି ନିର୍ମାଣରେ
ହରୁଛ କାହିଁକି ସୌମ୍ୟ
ବିଧାତା ଦେଇଛି ସଂସାରେ ଜନମ
ରଚିବାକୁ ତା ନିୟମ ।
