STORYMIRROR

Sitansu Jena

Tragedy Inspirational

3  

Sitansu Jena

Tragedy Inspirational

ସରଜୁ ର ଶ୍ୱର

ସରଜୁ ର ଶ୍ୱର

1 min
16


ସରଜୁ ଗାଉଛି କୋମଳ ସୁରରେ

କାହିଁଗଲ ରାମ ରାମ

ଫେରି ଆସ ବାରେ ଆହେ ଦାସରଥୀ

ନୟନାଭି ମୋର ଶ୍ୟାମ

ନବ ଦୃବାଦଳ ମୋ କୋଳେ ଲୁଚିଛ

ମଧୁର ତୋ ରାମ ନାମ

ସରଜୁ ଗାଉଛି କୋମଳ ସୁରରେ

କାହିଁ ଗଲ ରାମ ରାମ ।


ସେଦିନର ଲୁହ ଶୁଖିଯାଇଅଛି

ଏବେ ନାହିଁ ମନେ କୋହ

ଆସ ଗୋ ସହସି ଆହେ ରାବଣାରୀ

ମନେ ଲାଗେ ମୋର ମୋହ

ଶ୍ରୀ ଅଙ୍ଗକୁ ଧୋଇ ବସାଇବି ନେଇ

ଭବ୍ୟ ମହଲରେ ତୁମ

ସରଜୁ ଗାଉଛି କୋମଳ ସୁରରେ

କାହିଁଗଲ ରାମ ରାମ ।


ଉଛୁଳି ଉଠୁଛି ଏ ପାବନ ଧାମ

ଆସ ବଇଦେହି ଆସ

ଆସହେ ସୌମିତ୍ରୀ ଆସହେ କୈକେୟ

ହେଉ ତଵ ପରବେଶ

ପବିତ୍ର ହେଉ ଏ ପୁଣ୍ୟ ସରଜୁ

କୁଳୁକୁଳ ଗୀତ ମମ

ସରଜୁ ଗାଉଛି କୋମଳ ସୁରରେ

କାହିଁ ଗଲ ରାମ ରାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy