STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଶୁଣିବ କି ପଦେ

ଶୁଣିବ କି ପଦେ

1 min
13


ହେଇଟି ! ଶୁଣୁଛ !

ଶୁଣିବ କି ପଦେ 

ମୋ ଅନ୍ତର ତଳର ଅଧେ

କିଛି ଦରକାର ନାହିଁ ମୋର

କିଛି ଲୋଡ଼ା ନାହିଁ ମୋର

କେବଳ

କେବେ କେବେ ଆଖି କୋଣ ଡେଇଁ

କେଇ ବୁନ୍ଦା ଲୁହ ଆସିଲେ ଜକେଇ

ତୁମ ରେଶମୀ ରୁମାଲ୍ 

ବଢେଇଦେବ ଆପେ ଆପେ ପ୍ରୀୟବର ।


କେବେ କେବେ ମନ ଦୁଃଖରେ ଥିଲେ

ସମସ୍ୟା ଘେରରେ ଫସିଥିଲେ ହାଉଲେ

ତୁମ ହସ ହସ କମଳ ବଦନ

ମୋ କାରୁଶିକ ମୁଁହ କରିବ ଦର୍ଶନ

କୃପା କରିଦେବ କରିବ ଦୟା

ସାର୍ଥକ ହେବ ଜୀବନ କାୟା

ଧନ୍ୟ ହେବି ତୁମ ପ୍ରାଣପ୍ରୀୟା ଜାୟା ।


ଥକି ଗଲେ ତୁମ ବାହୁ ତକିଆ

ଦେହ ତାତିଥିଲେ 

ପାଣି ପଟିର କପାଳ ଛୁଆଁ

ବାକ୍ୟ ବାଣରେ ଝୁଣି ଦେବନି

ନରମ କୋମଳ ମୋର ତପ୍ତ ହିଆ

ସୁଖ ବେଳରେ ମୋ ହାତ ଧର କି ନ ଧର

ଶୋକବେଳାରେ ଦେଉଥିବ ପଲକ ମୁଆଁ


ସଞ୍ଜ ନଇଁଗଲେ ଘର ବାହୁଡିବ

ମୋ ହାତ ରନ୍ଧା ଖାଦ୍ୟ ଖୁସିରେ ଖାଇବ

ତୁମ କୋଳରେ ଶୋଇବି ଜାବୋଡି

କେଇ ଘଣ୍ଟା ଜିଇଁ ଯିବି 

ଦିନ ସାରାର କଷ୍ଟ ଫୋଫାଡି

ସର୍ବରୀ କୋଳରେ ମୁଣ୍ଡ ଗୁଞ୍ଜିବି

ମାଗୁଣି ମୋହର ଏତିକି ମାତର

ଶେଷଯାତ୍ରା ବେଳେ 

ଅହି ସୁଲକ୍ଷଣି ବେଶେ ବିଦାୟ ଅନ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy