ସେଦିନର ଦେଖା
ସେଦିନର ଦେଖା
ଦେଖା ହୋଇଥିଲା ପୁଷ୍ପ ବାଟିକାରେ
ଚାରି ଚକ୍ଷୁ ର ମିଳନ
ସତେ ଅପରୂପା ସୁଷମା ସମ୍ଭାରେ
ଅଛି ମନେ ମୋ ସେଦିନ
ହିରଣ୍ମୟୀ ତୁମେ ତୁଳନା କିପରି
କରିପାରିବ ଏ ମନ
ଦେଖା ହୋଇଥିଲା ପୁଷ୍ପ ବାଟିକାରେ
ଚାରି ଚକ୍ଷୁ ର ମିଳନ ।
ଲାଖି ରହିଥିଲା ତୁମ ପଟ୍ଟଚିତ୍ର
ମୋ ମାନସ ହୃଦୟରେ
କିଏ ଏ ତାପସ୍ୱି କେଉଁ ଅଭିପ୍ରାୟେ
ହାବୁଡ଼ିଲେ ଏହି ଠାରେ
ସବୁ କଳ୍ପନା କୁ ପଛରେ ପକାଇ
ଧନୁ ଭଙ୍ଗ ସମାପନ
ଦେଖାହୋଇଥିଲା ପୁଷ୍ପ ବାଟିକାରେ
ଚାରି ଚକ୍ଷୁ ର ମିଳନ ।
ବରମାଲ୍ୟ ଦେଇ ଆସିଥିଲ ତୁମେ
ଅଯୋଧ୍ୟା ର ଯୁବ ରାଣୀ
ପାହିବାକୁ ରାତି ଅଳପ ବାକି ଗୋ
ସହିଲାକି ଏ ଧରଣୀ
ପିତୃ ସତ୍ୟ ପାଳି ମୋର ସାଥେ ତୁମେ
କରିଲ ବନ ଗମନ
ଦେଖା ହୋଇଥଲା ପୁଷ୍ପ ବାଟିକାରେ
ଚାରି ଚକ୍ଷୁ ର ମିଳନ ।

