STORYMIRROR

kahnu charan sahu

Abstract Romance Others

3  

kahnu charan sahu

Abstract Romance Others

ହାଇଟେକ ପ୍ରେମ

ହାଇଟେକ ପ୍ରେମ

1 min
11.7K


ସେଦିନ ତୁମ ସହ

ଫେସବୁକରେ ଦେଖାହେବା ପରେ

ଆରମ୍ଭ ହେଇଥିଲା 

ମୋ ପ୍ରେମର ଜୟଯାତ୍ରା ।

ତୁମକୁ ନେଇ ବୁଣିସାରିଥିଲି

ହୃଦୟ କିଆରୀରେ ପ୍ରେମର ବିହନ

ଠିକ ଫୁଲ ଧରୁଧରୁ 

ଅଦିନିଆ ବର୍ଷାରେ 

ପ୍ରେମର ଫସଲ ଉଜୁଡି ଗଲା

ବସନ୍ତର ସାତରଙ୍ଗ ଫିକାଫିକା ଲାଗିଲା ।


ଆରମ୍ଭ ଫେସବୁକର ଦୋସ୍ତି

ଶେଷ ହେଲା ହ୍ଵାଟ୍ସଆପରେ

ତୁମ ହୃଦୟକୁ ଯାଉଥିବା ପ୍ରେମ ଏକ୍ସପ୍ରେସ 

ରହିଗଲା ଅଧାବାଟରେ

ପ୍ରେମ ଏକ୍ସପ୍ରେସର ଯାତ୍ରୀ ଯଥା:

ସ୍ନେହ, ଖଟା ମିଠା ପ୍ରେମ, 

ତୁମର ଓ ମୋର ଚଗଲାମୀ, 

ଜହ୍ନରାତିର ଭିଜା ଭିଜା ବାସ୍ନା,

ଶୀତରାତିର କମ୍ବଳ ତଳର ତୁମରି ସ୍ବପ୍ନ

ସବୁ ସକାଳେ ଗୁଡ଼ ମର୍ଣ୍ଣିଂ ଶୁଭେଚ୍ଛା

ପ୍ରେମ ଏକ୍ସପ୍ରେସରୁ ଛୁ କେଉଁ ଆଡେ

ଆଗକୁ ପ୍ରେମ ଏକ୍ସପ୍ରେସ ଗଡ଼ିବାକୁ ଡରମାଡ଼େ ।


ତୁମକୁ ନେଇ ଦେଖିଥିବା ସ୍ୱପ୍ନ

ସ୍ବପ୍ନ ହେଇ ରହିଗଲା ହୃଦୟରେ

ତୁମେ ଏବେ ନୀଳଆକାଶର ଜହ୍ନ

ଛୁଇଁ ବାକୁ ଚେଷ୍ଟା କରିବାଯେ ମୋ ପାଗଳାମୀ ।



Rate this content
Log in

Similar oriya poem from Abstract