Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ବଞ୍ଚିବାକୁ ଦିଅ ଟିକେ

ବଞ୍ଚିବାକୁ ଦିଅ ଟିକେ

1 min
11.8K


ଅଭିମାନ ଭୁଲିଯାଇ ବଞ୍ଚିବାକୁ ଦିଅ ଟିକେ ।

ମୁକ୍ତ ବିହଙ୍ଗମ ପରି ଏଇ ନୀଳିମା ଆକାଶ ତଳେ ।

ତୁମ ମନର ଦେବଦାସୀ ହୋଇ ଅନେକ ନାଚିଲି ।

ଛନ୍ଦ ହରା ସୂର ତାଳ ଲୟେ ।।

କେତେଦିନ ତୁମ ମାନ ଅଭିମାନ କଥା ବୁଝିବ ସତରେ ।

ତୁମେ ନିଦାଘ ହୋଇ ଜାଳୁଥିବ ମୋ ମନକୁ 

କାମନାର ଜଉଘରେ ।

ତୁମ ଖୁସୀ ପାଇଁ ଫୁଟାଇଛି ଓଠେ ମୋର 

ଲକ୍ଷେ ଫଗୁଣର ରଂଗ ।

ପ୍ରୀତି ଅଭିସାରେ ଆଖିର କଜଳ ଗାରେ ।

ଅନେକ ଯୁଗର ସାଇତା କଥା କହିଛି ମୁଁ

ନିରୋଳା ରାତିରେ ଉଜାଗରେ ଚୁପିଚୁପି କାନେ ।

ବସନ୍ତକୁ ମୋ କାନି ପଣତେ ରଖିଚି ସାଇତି ।

ତୁମ ପାଇଁ ଶୀତଳ ସମୀରଣ ଦେବ ସେ' ପରଶି ।

ପ୍ରତୀକ୍ଷା କରୁଥିଲି ତୁମ ଅନୁପସ୍ଥିତି ସବୁ ସମୟରେ ।।

ସବୁ କିଛି ରହିଗଲା ଅସମାପ୍ତି ମନକଥା 

ଦୁହଁଙ୍କ ଅକୁହା ଅନ୍ତରେ 

ଅଜାଣତେ ଅଭିମାନରେ ।।



Rate this content
Log in

Similar oriya poem from Romance