Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Romance

4.7  

DILIP KUMAR SAHOO

Romance

ପ୍ରିୟା ପାଇଁ ନୂଆ ଗୀତ

ପ୍ରିୟା ପାଇଁ ନୂଆ ଗୀତ

1 min
11.9K


   


   ପ୍ରିୟା ପାଇଁ ଗୀତ ନୂଆ

  """""""""""""""""""""""""""

   ଭାରି ଭଲଲାଗେ ଲେଖିବାକୁ ନିତି

   ପ୍ରିୟା ପାଇଁ ଗୀତ ନୂଆ

   ସଜେଇ ଦେବାକୁ ସଜ ସେଫାଳିରେ

   କଅଁଳ କାକର ଛୁଆଁ 

   ପ୍ରିୟା ପାଇଁ ଗୀତ ନୂଆ..


   ସ୍ନେହ ରେ ବତୁରା ପ୍ରିତି ଫୁଲ ସେତ

   ଚିକିମିକି ରୁପା ଜହ୍ନ

   ପ୍ରିତି ଜୁଡୁବୁଡୁ ଆନମନା ମନ

   ପାହାନ୍ତି ନିଦର ସ୍ବପ୍ନ

  ଅଜଣା ମହକ ଅଜଣା ପୁଲକ

  ତୁଳସୀ ଚନ୍ଦନ ଚୁଆ

  ପ୍ରିୟା ପାଇଁ ଗୀତ ନୂଆ..


   ଗୋଧୂଳି ବେଳାର ବୃନ୍ଦାବତୀ ମୂଳ

  ସୁନା ଶିଖା ସଞ୍ଜବତୀ

  ମେଘ ରୋଷଣୀରେ ବିଜୁଳି ଚମକ

  ଆଷାଢୁଆ ଲାଜବତୀ

  ପ୍ରେମ ମନ୍ଦିରର ଅବେଳା ଆଳତୀ 

  ପ୍ରିତି ଝରା ଧୂପ ଧୂଆଁ 

  ପ୍ରିୟା ପାଇଁ ଗୀତ ନୂଆ..


  ସବୁ ଉପମା କୁ ବଳିଯାଏ ସେତ 

   ଅନୁପମା ପାଟଦେଇ

   ଅସରା ସୁଖର ପସରା ମେଲିସେ

   ଅବସାଦ ଦିଏ ଧୋଇ

   ତା ପାଦ ଶବଦ ଛନ୍ଦେ ତୋଳି ଛନ୍ଦ

   ସରଜେ ଶବ୍ଦର ମାୟା

   ପ୍ରାୟା ପାଇଁ ଗୀତ ନୂଆ.. 


Rate this content
Log in

Similar oriya poem from Romance