Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Swayamsiddhadas Das

Romance Classics

4.3  

Swayamsiddhadas Das

Romance Classics

ସ୍ମୃତି

ସ୍ମୃତି

1 min
22


ସ୍ମୃତି ତୁମେ କେବେ ଶୀତ ସକାଳର 

        ସୂର୍ଯ୍ୟ ଆଲୋକର ତାତି 

କେବେ ତୁମେ ପୁଣି ପୂର୍ଣ୍ଣମୀ ଜନ୍ହ ଓ 

       କଇଁ ଫୁଲର ସେ ପ୍ରୀତି ।

ସ୍ମୃତି ତୁମେ କେବେ କାଳବୈଶାଖୀ 

       ଅଦିନ ବର୍ଷାର ଝଡ଼ 

କେବେ ତୁମେ ପୁଣି ଅଚାନକ ଆସି 

      ବଦଳlଅ ଜୀବନ ମୋଡ ।

ସ୍ମୃତି ତୁମେ କେବେ ଗଭୀର ସମୁଦ୍ର 

      ଜୁଆର ସାଙ୍ଗକୁ ଭଟ୍ଟା 

ହୃଦୟର କେଉଁ କୋଣେ ତୁମ ଚିହ୍ଣ 

     ଭରିଦିଏ ମନେ ବ୍ୟଥା ।

ସ୍ମୃତି ତୁମେ ଏଇ ରାତି ଅଂଧକାରେ 

     ଆଖିର ଉଷୁମ ଲୁହ 

ଆସ ତୁମେ ପୁଣି ଧରି ମୋ ଅତୀତ 

    ଛାତିରେ ଛାତିଏ କୋହ ।

ଦିନ ପରେ ଦିନ କଟିଯାଏ ଏଠି 

    ହୋଇଯାଏ ସିଏ ସ୍ମୃତି 

ସବୁ ସୁଖ ଥାଇ ଅଚାନକ ଆସି 

    ଭାରି କଷ୍ଟ ଦିଏ ସାଥି ।

ସ୍ମୃତି ତୁମେ କେବେ କୃଷ୍ଣଚୂଡ଼ା ରଙ୍ଗେ 

    ନାଲି ନାଲି ଦିଶୁଥାଅ 

ମନେ ଶିହରଣ ଖେଳାଇ ହୃଦୟେ 

    ପ୍ରୀତିର ସଂଗୀତ ଗାଅ ।

ଦୁଃଖ ସୁଖ ଭରା ସ୍ମୃତି କହେ ମୋର

    ଅତୀତ ର କେତେ କଥା 

ପ୍ରଥମ ପ୍ରେମର ଅନୁଭୁତି ସହ 

    ମନର ଅକୁହା ବ୍ୟଥା ।


Rate this content
Log in