STORYMIRROR

Swayamsiddha Das

Classics Fantasy Inspirational

4  

Swayamsiddha Das

Classics Fantasy Inspirational

ଖାଲି ପଡିଛି ମୋ ନୀଡ଼

ଖାଲି ପଡିଛି ମୋ ନୀଡ଼

1 min
35

    


ଶୁଭୁନାହିଁ ଆଉ କାକଳୀ ଏଇଠି ଖାଲି ପଡିଛି ଏ ନୀଡ଼ 

  ଅଖଣ୍ଡ ଶୂନ୍ୟତା ବିରାଜଇ ଆଜି ଥିଲା କେବେ ବହୁ ଭିଡ


ତଥାପି ବସାର କାଠିକୁଟା ଦେହେ ସାଇତା ସ୍ମୃତିର ଚିହ୍ଣ 

  ସମୟ ସୁଅରେ କାହିଁ ହଜିଗଲା ଖୁସି ସୁଖ ବୋଳା ଦିନ 


ମଧୁର ଶୈଶବ, ଯୌବନ, ବୈଭବ ପ୍ରୀତି ପ୍ରଣୟର ସାକ୍ଷୀ 

     ସନ୍ତାନ ମାନଙ୍କ କଳରବ ଆଉ ନିରୀହ ନିଷ୍ପାପ ଆଖି 


ଖଣ୍ଡିଉଡ଼ା ଛାଡି ଶିଖିଲେ ଉଡିବା ଯେବେ ଶାବକ ମୋହର 

 ଭୁଲିଗଲେ ମୋର ପଥ ଯେ ନୀଡ଼ର ବାନ୍ଧିଲେ ବସା ନିଜର 


କେଇଦିନ ଅନ୍ତେ ମିଛେଇ ପ୍ରିୟା ମୋ ଅଫେରା ରାଇଜେ ଗଲା 

ସାଥେ ଜୀଇଁବାକୁ କଥା ଦେଇଥିଲା ଅଧା ବାଟେ ଏକା କଲା 


ଆଜିବି ବସିଛି ଏକାକୀ ଏଇଠି ବସିବି ମରିବା ଯାଏଁ 

ଅତୀତର ଗୀତ ଗୁମୁରି ଗୁମୁରି ନିତି ମୁଁ ଏଠି ଗାଏ 


ଭାଙ୍ଗିଲା ସଂସାର ସୁଖ ସମୃଦ୍ଧିର କାଳର କରାଳ ଝଡ଼ 

ଦୁନିଆରେ ଏବେ ତମାମ ଗହଳି ହେଲେ ଖାଲିପଡିଛି ମୋ ନୀଡ଼....... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics