Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swayamsiddha Das

Others Children

4.3  

Swayamsiddha Das

Others Children

ଇଂରାଜୀ ସ୍କୁଲ

ଇଂରାଜୀ ସ୍କୁଲ

1 min
28



ଛତୁଫୁଟିଲାଣି ଇଂରାଜୀ ସ୍କୁଲ 

            ଓଡିଶାର ସବୁ ଆଡେ 

ସରକାରୀ ସ୍କୁଲରେ ପିଲା କମୁଛନ୍ତି 

             ଭାଳେଣି ସେଠାରେ ପଡେ ।

ସରକାରୀ ଶିକ୍ଷକ ବୁଝାନ୍ତି ଲୋକଙ୍କୁ 

              ପିଲା ଛାଡ଼ିଯାଅ ଏଠି 

ତାଙ୍କ ପିଲା କଥା ପଚାରନି ଭାଇ 

             ସବୁ ରାଜନୀତି ସେଠି ।

ନେତାମନ୍ତ୍ରୀ ଯେବେ ସଭାସମିତିରେ 

              ଉଠାନ୍ତି ସ୍କୁଲର କଥା 

ଲୋକ ସମ୍ମୁଖରେ ବୋଲନ୍ତି ସେ ପୁଣି 

              ସରକାରୀ ସ୍କୁଲ ଗାଥା ।

ଘରେ ଯାଇ ସବୁ ପାଶୋରି ଦିଅନ୍ତି 

               ଖୋଜନ୍ତି ଇଂରାଜୀ ସ୍କୁଲ 

ତାଙ୍କ ପିଲା ସବୁ ସେଠାରେ ପଢି 

        ମୋଡେର୍ନ ହେବେ ବିଲକୁଲ ।


ଅଣ୍ଡାଦିଆ ସ୍କୁଲ ସରକାରୀ ସ୍କୁଲ

                ପାଠପଢା ହୁଏ ନାହିଁ 

ସଭିଙ୍କ ମୁଁହରେ ଭ୍ରମ ଧାରଣା ଏ 

                 ପଶିଛି ଜାଣେନା କାହିଁ ।

ଖେଳିବା ବୁଲିବା ବୟସେ ଦେଉଛ 

                 ମାନସିକ ଯନ୍ତ୍ରଣା 

ଭଲ କରିବା କୁ ଯାଇ ଅଜାଣତେ 

                 କରୁଅଛ କୁ -ମନ୍ତ୍ରଣା ।

ବୋହି ପାରୁନାହିଁ ବସ୍ତାନିର ବୋଝ

                 ପଢିବ ସିଏ କି ପାଠ 

ଏହି ବୟସରେ ପାଠପଢା ଛାଡି 

                 ଶିଖାଅ ପିଲାଙ୍କୁ ଶାଠ ।

ତିନିବୟସର ପିଲାକୁ ଯେ ମା 

                 ଛାଡ଼ୁଛି ପ୍ଲେ ସ୍କୁଲରେ 

ଭାବୁଛି ତା ପିଲା ଶୀଘ୍ର ପାଠ ପଢି 

                ଶିଖିଯିବ ସବୁ ଆଗରେ ।

ଭୁଲିଯାଉଛ କି ମା ମାନେ ସବୁ 

                ପିଲାର ଶୈଶବ କଥା 

କଣ୍ଢେଇ ଖେଳ ଓ ସଢ଼େଇ ଖେଳ ଯେ 

                ଯିବନାହିଁ କେବେ ବୃଥା ।

କଣ୍ଢେଇ ଖେଳରେ ଶିଖିଥାଏ ପିଲା 

                ବସ୍ତୁର ଅସ୍ଥିତ୍ୱ ପାଠ 

ଖେଳ ବାହାନାରେ ପରିବାର ବୁଝେ 

               ଶିଖେ ପୁଣି କେତେ ଶlଠ ।

ଇଂରାଜୀରେ ପଦେ କଥା କହିଦବା 

               କିଛି ବଡ କଥା ନୁହେଁ 

ମାତୃଭାଷାକୁ ଶୁଦ୍ଧ ଆକାରରେ 

               କହିକି ପାରିବ ସିଏ ।

ସବୁ ଭାଷା ଶିକ୍ଷା କରିବା ଜରୁରୀ 

                କେବଳ ଓଡ଼ିଆ ନୁହେଁ 

ହେଲେ... 

 ସମୟ ପୂର୍ବରୁ ବୋଝ ଲୋଦିଦେଲେ 

                ନୁହେଁ କି ମୁର୍ଖତା ଇଏ ।

କହିବା ଆଗରୁ ନିଜେ କରିବା 

                ଏହି ମନୋବୃତି ରଖ 

ସରକାରୀ ସ୍କୁଲରେ ପଢ଼େଇ ପିଲାଙ୍କୁ 

                ପରଖି କି ଥରେ ଦେଖ ।

 

  


Rate this content
Log in