STORYMIRROR

Swayamsiddha Das

Inspirational Children

3  

Swayamsiddha Das

Inspirational Children

ଭୃଣ ହତ୍ୟା

ଭୃଣ ହତ୍ୟା

1 min
126


ନାରୀ ଶିକ୍ଷା ଯେତେ ପ୍ରଚାର ହଉଛି ଭୃଣ ହତ୍ୟା ସେତେ ବଢୁଛି 

ଆଉ କେହି ନୁହେଁ ତାର ହତ୍ୟାକରି ନାରୀ ହିଁ ନାରୀକୁ ମାରୁଛି 


ମାର ନାହିଁ ତାକୁ ବଞ୍ଚିବାକୁ ଦିଅ, ହେବ ଦିନେ ସିଏ ସ୍ରଷ୍ଟl

ସମାଜରେ ତାର ନାମ ରଖିଯିବ ଦେଖାଇ ତା ପରାକାଷ୍ଠା.. 


କଳ୍ପନା, ପ୍ରତିଭା, ଇନ୍ଦିରା, ନନ୍ଦିନୀ ବହୁ ଗୁଣ ଅଧିକାରୀ 

ଭୁଲିଯାଉଛ କି ତୁମେ ସେହି କଥା, ସମାଜକୁ ଡରି ଡରି..... 


ନାରୀ କେବେ ନୁହେଁ ନାରୀର ଶତ୍ରୁ ଯେ, ବେଳେବେଳେ ବାଧ୍ୟ ହୁଏ... 

ପଶୁତୁଲ୍ୟ କିଛି ନର ପାଇଁ ତାଙ୍କ ବଞ୍ଚିବା ଦୁଃସାଧ୍ୟ ହୁଏ... 


ସମାଜ ବି ଆମ ହୋଇଛି ସେମିତି ଯାହା କଲେ ନାରୀ ଦୋଷ 

ତେବେ ଝିଅ ଜନ୍ମ କରି ଅଦିନରେ, ଦବୁ କାଇଁ ତାକୁ କ୍ଳେଶ... 


ଝିଅ ପୁଅ ସବୁ ସମାନ ବୋଲିକି, ଡେଙ୍ଗୁରା ଯେ ବାଜୁଥାଏ.. 

ନିଜ ଘରେ କେବେ ଦେଖିଛ ଝାଙ୍କିକି କଣ ଯେ ଘଟୁଥାଏ 


ମତାମତ ମୋର ରଖି ମୁଁ କହୁଛି ଶୁଣ ଆହେ ମୋର ଭାଇ 

ପୁଅ ଝିଅ କେବେ ସମାନ ହେବେନି ଜାଣି ରଖିଥା ରେ ତୁହି... 


ସୃଷ୍ଟିକର୍ତ୍ତା ଯେବେ ସମାନ କରିନି, କିଏ ବା କି କରିପାରିବ 

ରିତିନୀତି ଯଦି ବଦଳେ କିଛି ଟା ସମାଜେ ସୁଧାର ଆସିବ 


ମାନସିକତା ବି ବଦଳିଲେ କିଛି ବଦଳିବ ଏ ସମାଜ... 

ନହେଲେ ଏ ଲେଖା ଲେଖାରେ ରହିବ ହୋଇକି ଟୁକୁରା କାଗଜ... 


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational