Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Romance

3.5  

Gupteshwar Nanda

Romance

ପ୍ରେମ

ପ୍ରେମ

1 min
11.8K


ବୟସର କୃଷ୍ଣଚୂଡ଼ା ସିନା 

ଫୁଟିକି ଯାଉଛି ମଉଳି

ପ୍ରେମ କିନ୍ତୁ ମଉଳି ନ ଥାଏ 

ସେତ ତାଜା ଗୋଲାପର କଳି          

ପ୍ରେମରେ ନିହତ ସତ୍ୟ, ଶିବ,

ସୁନ୍ଦର ଶବଦ ପବିତ୍ର 

ନ ଥାଏ କଳଙ୍କି ତହିଁ, ଏ ତ

ବିସ୍ତୃତ ଏଠି ସେଠି ସର୍ବତ୍ର ।

ଜୀବନ ଟା ନ ଲାଗେ ସୁନ୍ଦର 

ଯା' ହୃଦେ ନ ଥାଏଟି ପ୍ରେମ 

ଅଢ଼େଇ ଅକ୍ଷର ରେ ଗଢ଼ା ଏ

ବାନ୍ଧି ରଖେ ସେନେହ ବନ୍ଧନ ।

ହସ,ଖୁସି,ମାନ,ଅଭିମାନ

କରିଥାନ୍ତି ପ୍ରେମ ବୃକ୍ଷେ ବସା 

ଅନ୍ୟ କିଛି ନୁହଁ ଏଇ ପ୍ରେମ 

ଅଟେ ଖାଲି ଜିଇଁବାର ଆଶା ।


Rate this content
Log in

Similar oriya poem from Romance