ପଶିଲି ଶରଣ
ପଶିଲି ଶରଣ
ଧନ୍ୟରେ ଧନ୍ୟ ତୁ ଦଇବ
ତୋ ଚିନ୍ତା କେ ଅବା କଳିବ ?
ମୁଁ ତେଣୁ ବିମୂଢ଼-କର୍ତ୍ତବ୍ୟ ।
ତୁ ଯଦି ସତ୍ୟ ର କାରକ
ବାରେ ତୁ ହୋଇ ସୁଚିନ୍ତକ
ତୋ ସୃଷ୍ଟି ତୁରେ ରଖ ରଖ ।
ଦୁଃଖ କି ତୋତେ ଅଗୋଚର
ତୁ ଜାଣୁ ସର୍ବ ସମାଚାର
ରଖରେ ରଖ ଚକ୍ରଧର ।
ପଶିଲି ତୋ ଠାରେ ଶରଣ
ଭରଷା ଏକା ତୋ ଚରଣ
ତୋ ନାମ ଡାକି ପୁନଃ ପୁନଃ ।
ଦ୍ରୌପଦୀ ପ୍ରାୟ ମୁହିଁ ହୋଇ
ତୋ ପାଦେ ମନମୋର ଥୋଇ
ଟେକୁଛି ହାତ ମୋର ଦୁଇ ।