Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Children

2  

Gupteshwar Nanda

Children

ଫୁଲ

ଫୁଲ

1 min
54


ସୌନ୍ଦର୍ଯ୍ୟରାଣୀ ଅଟେ ମୁଁ ପରା 

      ଫୁଲ ଅଟେ ମୋ ନାମ 

ମନ ମୋହିବା, ବାସ ବାଣ୍ଟିବା 

       ଏହାହିଁ ମୋର କାମ ।

ନାନା ଋତୁରେ ,ନାନା ରଙ୍ଗରେ 

        ଫୁଟିକି ମୁହିଁ ବାସେ 

ହେନା, ମାଳତୀ ,ଚମ୍ପା କେତକୀ 

       ଏହି ନାମରେ ହସେ ।

ଦିଅଁ ,ଦେବତା ପୂଜାରେ ନିତି 

        ଲାଗଇ ତୁମେ ଜାଣ 

ମୋ ଯୋଗୁଁ ସିନା ଗଛରେ ପିଲେ 

        ଫଳଇ ଫଳ ମାନ ।

ଅଁଗୁର, ସେଓ, କଦଳୀ ଯେତେ 

         ପ୍ରକାର ଫଳ ଅଛି 

ଏସବୁ ମୋର ଭାଇ ଭଉଣୀ 

          ଶୁଣରେ ପିଲେ ବସି ।

ଫଳ ଗୁଡ଼ିକର ଦେହ ଭିତରେ 

           ରହିଛି ଜୀବସାର 

ସେସବୁ ନିତି ଖାଇବ ଯେବେ 

         ନ ହେବ ଟି ବେମାର ।



Rate this content
Log in

Similar oriya poem from Children