STORYMIRROR

Gupteshwar Nanda

Inspirational

3  

Gupteshwar Nanda

Inspirational

ମୁଁ ତୋର

ମୁଁ ତୋର

1 min
203

       ତୁ ମୋର ନ ହେଲେ କ'ଣ ହେଲା

 ମୁଁ ତ ମୋତେ, ତୋର କରିସାରିଛି 

ହଁ ଯୋଗେଶ୍ୱର, ତୁ ତ ତ୍ରିପୁର ଆରାଧ୍ୟ 

ତେଣୁ ମୁଁ, ॐକାର ଶବ୍ଦକୁ ସାଉଁଟିସାରିଛି ।

ଏ ଦୁନିଆଁକୁ ଆଣିଛୁ ବୋଲି ତ 

ଦୁନିଆଁଟାକୁ ମୁଁ ବୁଝିପାରିଛି 

ମୋହ ମାୟାଟାକୁ ଜାଣିଯିବା ପରେ 

ଶ୍ରୀଚରଣେ ମନ ଥୋଇଦେଇଛି ।

ଅସାର ସଂସାରେ ସାର ଖୋଜୁଖୋଜୁ 

ତୋ ନାମ ଟାକୁ ମୁଁ ଖୋଜିପାଇଛି।              

ମହତ୍ତ୍ୱାକାଂକ୍ଷାର ସଂସାର ହାଟରେ 

ତୋ ମହିମା ଦରକୁ ବୁଝିନେଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational