Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gupteshwar Nanda

Abstract Classics Inspirational

3  

Gupteshwar Nanda

Abstract Classics Inspirational

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
247


ବୈଶାଖ ମାସର ଶୁକ୍ଳ ତୃତୀୟା ରେ 

  ଅକ୍ଷୟ ତୃତୀୟା ହୁଏ 

ଚଷା କୁଳ ଭାରି ଆନନ୍ଦ ମନରେ 

  ଏ ଦିନକୁ ଚାହିଁଥାଏ ।

ଦୁନିଆଁର ବନ୍ଧୁ ଚଷା ପୁଅ ଟାତ 

   ଚାଷକୁ କରେ ଆରମ୍ଭ 

ଲଗଂଳରେ ଚଷି ଅବନୀ ଗର୍ଭକୁ 

   ମଞ୍ଜି ବୁଣା କରେ ପ୍ରାରମ୍ଭ ।

ଏହି ଦିନଟିରେ ଲକ୍ଷ୍ମୀ କୁବେରଙ୍କୁ 

   ପୂଜିଥାନ୍ତି ଯେଉଁ ଲୋକେ 

ଊଣା ହୁଏ ନାହିଁ ଧନ ଓ ସଂପତ୍ତି 

   କେବେ ରହନ୍ତିନି ଭୋକେ। 

ରଥର ଚକରେ ଏହି ଦିନଟିରେ 

   ଯେଣୁ ଲାଗଇଟି ଅଖ 

ଅକ୍ଷୟ ତୃତୀୟା ନାମେ ଖ୍ୟାତ ହେଲା 

  ଏ କଥା କୁ ମନେ ରଖ ।

ଶୁଭ କାର୍ଯ୍ୟର ତ ପ୍ରାରମ୍ଭ ପାଇଁ କି 

  ଏ ଦିନ ଅଟେ ଉତ୍ତମ

କାର୍ଯ୍ୟର ଶେଷରେ ଯେଉଁ ଫଳ ମିଳେ 

  ହୋଇଥାଏ ସର୍ବୋତ୍ତମ । 


     


Rate this content
Log in