ସକଳ ମଂଗଳ
ସକଳ ମଂଗଳ


ନିରଳଶ ଭାବେ ଝରଝର ଝରେ
ଝରଣାଟିଏ
ଧୀର ମୃଦୁ ଧାରେ କଳକଳ ନାଦେ
ଝରୁଛି ସିଏ ।
ଦ୍ୱନ୍ଦହୀନ ଭାବେ ବିତରି ଜଳ
ସର୍ବଜୀବଙ୍କୁ
ଭେଦଭାବ ନୀତି ନ ଥାଏ, ତା' ପାଖେ
କାଳକାଳକୁ ।
ବାଣ୍ଟି ଜଳରାଶି ଜୀବନ ଖେଳାଏ
ଜୀବଜଗତେ
ଦାନ କରି ସେହୁ ସଦାବେଳେ ଶୀର
ଟେକେ ମହତେ ।
ଏତେ ଗୁଣ ଯୋଗୁଁ ପୂଜା ପାଏ ସେହୁ
ଧରାଧାମରେ
ଦାନ ଦେଇ କରେ ସକଳମଂଗଳ
ଖୁସି ମନରେ ।
ସକଳମଂଗଳ ନୀତି କୁ ବିିିିସ୍ତାରେ
କେତେ ଆଦରେ ।