ପଳାଶ
ପଳାଶ
ନାହିଁ ମୋର ବାସ
ନାମ ପଳାଶ
ଲୋକେ ମୋତେ ଚାହିଁ
ଜମାନ୍ତି ହସ।
ଉପରେ ଉପରେ
ରୂପକୁ ଦେଖି
ଗୁଣ ନାହିଁ କହି
ଫେରାନ୍ତି ଆଖି ।
ଜାଣି ନ ଜାଣିଲା
ପରି ହୁଅନ୍ତି
ଚୈତ୍ର ଦେବୀ ପୂଜା
ପାଇଁ ଖୋଜନ୍ତି&
nbsp;।
ପୁଣି ମୋ' ଠି ଅଛି
ଔଷଧ ଗୁଣ
ଜାଣି ନାହଁ ଯଦି
ବିଜ୍ଞ ଠୁ ଶୁଣ ।
ହୋମରେ ଲାଗେ ମୁଁ
ପିପ୍ପଳ ପରି
ଈଶ୍ବରଙ୍କ ହସ୍ତେ
ମୁଁ ବି ତିଆରି ।
ଅନୁରୋଧ କରେ
ହେ ସର୍ବଜନ
ଭାବିବନି କେବେ
କାହାକୁ ହୀନ ।