STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଖୋଷାରେ ଗଜରା ମଲ୍ଲି

ଖୋଷାରେ ଗଜରା ମଲ୍ଲି

1 min
11.9K

  ଖୋଷାରେ ଗଜରା ମଲ୍ଲି ଲୋ

  ଖୋଷାରେ ଗଜରା ମଲ୍ଲି

  ରଜପାନ ଖାଇ ଷୋହଳ ବୟସୀ

  ଓଠକୁ କରିଛି ନାଲି

  ଖୋଷାରେ ଗଜରା ମଲ୍ଲି


  ଏଘରେ ମାଉସୀ ସେଘରେ ପିୟୁସୀ

  କହ୍ନେଇ ଖୋଜୁଛି ରାଧା

  ପଟା ଦୋଳିରେ ଲୋ ପଶାପାଲି ପାଟ

  ମୁହଁ ଦିଶେ ଅଧାଅଧା

  ଚଗଲା ମନଟା ଚହଲି ଯାଉଛି

  ଦୋଳି ଯେବେ ଯାଏ ଝୁଲି ଲୋ

  ଖୋଷାରେ ଗଜରା ମଲ୍ଲି


 ପିଠା ରୁଚୁନାହିଁ ମିଠା ରୁଚୁନାହିଁ

 ପରଦେଶୀଆଠି ମନ

 ମନ କିଣିଥିଲା ଗଲାସନ ସିଏ

 ଖୋଇଦେଇ ରଜପାନ

 ଏସନ ଆସିଲେ ମନକଥା ତାର

 କହିବ ତାଆଗେ ଖୋଲି ଲୋ

 ଖୋଷାରେ ଗଜରା ମଲ୍ଲି


 ଦୋଳି ଉଡିଯାଏ ମେଘକୁ ଛୁଇଁ ଲୋ

 ରଜଗୀତ ଗାଇଗାଇ

 ରଜବତୀ ମାଟି ମହମହ ବାସେ

 ବରଷା ପରସ ପାଇ

 ରାଧିକା ଚାହିଁଛି କହ୍ନେଇ ବାଟକୁ

 ପିରତି ଫରୁଆ ଖୋଲିଲୋ

 ଖୋଷାରେ ଗଜରା ମଲ୍ଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance