ନିର୍ବାଣ
ନିର୍ବାଣ
ତୋର ତନୁଛୁଆଁ
ପବନେ ପରଶେ
ଲିଭିଯାଏ ଯଦି ଦୀପ
ଏଇ ଲିଭିଯିବା
ତା ସୁଖ ନିର୍ବାଣ
ଜୀବନର ପୁଣ୍ୟତପ
ତୋର ମିଠା ହସ
ଚନ୍ଦ୍ରମଲ୍ଲୀ ବାସ
ଅମୃତ ସୋମରସ
ଝରି ଯେବେ କରେ
ନିଖିଳ ଏ ବିଶ୍ୱ
ଶ
ାନ୍ତ ତପୋବନ ସମ
ସେଇ ତପୋବନେ
ବୋଧିଦ୍ରୃମ ତଳେ
ମୁଁ ତାପସ ବସିଛି ଚାହିଁ
କେବେ ଝରିବ ତୋ
ପୀୟୁଷ ଉଲ୍ଲାସ
ତପସ୍ୟା ତେଜିବି ମୁହିଁ
ସଖୀ ! ଅଶାନ୍ତ ମୁଁ ନିତି
ଖୋଜି ବୁଲୁଅଛି
କେବେ ସେଇ ସ୍ୱର୍ଗସୁଖ ମୋର ହେବ
ତୋ ତନୁ ପରଶେ
ତୋ ଓଠ ମଧୁରସେ
ମୋ ଜ୍ୱାଳା ନିର୍ବାପିତ ହେବ ।