STORYMIRROR

lingeswar meher

Romance

3  

lingeswar meher

Romance

ସ୍ୱପ୍ନର ନାୟିକା

ସ୍ୱପ୍ନର ନାୟିକା

1 min
11.8K

ସପନ ନଈରେ ନାଉରିଆ ସାଜି..

ବାହିନେବି ବୋଲି କେତେ ଆଶା ପୋଷିଥିଲି

ଅକାତ ଗଭୀର ଜଳକୁ ମପି ନପାରି

ଅଧା ବାଟେ ଠକିଗଲି।


ମନେପଡେ ଆଜି ପ୍ରିୟା ହାତ ସ୍ପର୍ଶ

ଟିକେ ଆଖି ବୁଜିଦେଲେ

ନୟନ ଫିଟିଲେ ଜଗତ ଟା ସାରା

ଶୂନ୍ୟ ଶୂନ୍ୟ ଖାଲି ଲାଗେ।


ମାନସ ପଟ୍ଟେ ମୋ ରଙ୍ଗଚ୍ଚିତ୍ର ତୋର

ଅଲିଭା ରହିଥିବ ପ୍ରାଣଧନ

ଝୁରି ଝୁରି ତୋର ସ୍ମୃତିରାଜି ସତେ

ଜୀର୍ଣ୍ଣ - ଶୀର୍ଣ୍ଣ ହେଲା ବଦନ ମୋ ଦିନୁଦିନ।


ତଥାପି ପ୍ରିୟା ମୁଁ ଚିର ଆଶାୟୀ 

ହୃଦୟରେ ବହି କ୍ଷୀଣ ଆଶା

ପାଦପଦ୍ମ ତବ ପଡ଼ିବ ମୋ ହୃଦ କୁଟିଆରେ

ପରିପୂର୍ଣ୍ଣ ହେବ ମୋର ଜୀବନର ପରିଭାଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance