ଅଭିନନ୍ଦନ
ଅଭିନନ୍ଦନ


ବିତିଗଲା ଦିନ, ବିତିଲା ରାତି
ଛାଡ଼ିବନି ହାତ ତୁମେ କେବେ ସାଥୀ
ଏ ମୁହୂର୍ତ୍ତ ସ୍ମରଣ ରହିଲା ।
ନୀଳାକାଶୁ କେହି ପରୀଟିଏ ଆସି
ବିବାହ ବାର୍ଷିକୀ ର ଅଭିନନ୍ଦନ
ମୋର କାନେ ଚୁପି ଚୁପି କହିଲା ।।
ପରିବାର ସଙ୍ଗେ ବନ୍ଧୁ ପରିଜନ
କେତେ ସାଙ୍ଗ କେତେ ସାଥୀ ।
ଲାଗୁଥିଲା ସତେ ତାରା ଚାନ୍ଦ ମେଳେ
ଆଜି ଝଲସି ଉଠୁଛି ରାତି ।।
କେତେ ଉପହାର କେତେ ଆଶୀର୍ବାଦ
କେତେ ଯେ ଅଭିନନ୍ଦନ ।
ଆନନ୍ଦ ଉଲ୍ଲାସେ ଏ ଶୁଭ ମୁହୂର୍ତ୍ତେ
କମ୍ପୁଛି ଆଜି ମୋ ହୃଦୟର ସ୍ପନ୍ଦନ ।।
କେତେ ରାଗରୁଷା କେତେ ମୁହଁଫୁଲା
କେତେ ମାନ ଅଭିମାନ ।
ସବୁକୁ ପାସୋରି ଆପଣାର କଲ
ଧନ୍ୟ ତୁମ ପ୍ରତିଦାନ ।।
ଦେଖୁ ଦେଖୁ ଗୋଟେ ବରଷ ବିତିଲା
ସତେ ଯେମିତି ଲାଗୁଅଛି କାଲି ପରି ।
ପରଶେ ତୁମର ଖୁସିର ଲହରୀ
ଆଜି ଆକାଶୁ ପଡୁଛି ଝରି ।।
ସବୁ ଦୁଃଖ ତୁମ ମୋର ଦୁଃଖ ହେଉ
ହେଉ ସୁଖମୟ ତୁମ ଦିବ୍ୟ ଜୀବନ ।
ଏତିକି କାମନା କରୁଛି ଠାକୁରେ
ଆଶିଷ ଦିଅ ହେ ନନ୍ଦ ନନ୍ଦନ ।।
ଏହି ଅବସରେ ଜଣାଉଛି ପ୍ରିୟେ
ତୁମକୁ ମୋହର ଅଭିନନ୍ଦନ ।
ଛାଡିବନି ହାତ ତୁମେ କେବେ ସାଥୀ
ତୁମେ ହିଁ ତ ମୋର ସ୍ପନ୍ଦନ ।।
ତୁମେ ହିଁ ତ ମୋର ସ୍ପନ୍ଦନ ।।