STORYMIRROR

Tankadhar Majhi

Romance Inspirational Others

3  

Tankadhar Majhi

Romance Inspirational Others

ପ୍ରଜାପତି ଓ ମୁଁ

ପ୍ରଜାପତି ଓ ମୁଁ

1 min
28

ପ୍ରଜାପତି କଅଁଳ ପ୍ରଭାତେ 

ହୃଦୟର ଭୋକ ସମ୍ଭାଳି

ଜଗିଛି ବସିଛି ବିମୁଗ୍ଧ ନୟନରେ ।।


ଆସିଥିବ ବୋଲି

ସକାଲୁଆ ଅର୍ଧ ନିଦ୍ରା ଭାଙ୍ଗି

କେତେ ଦୂରୁ ଉଡ଼ି ଆସିଛି

ତୁମ ମୁହଁ ଦେଖି ଶୟନରେ ।।


ଆସି ନ ବୋଲି

ସ୍ମୃତି ସନ୍ତକ ଚଉକିରେ ବସି

ଜାଗରଣେ ତୁମ କଥା ଭାବେ 

ହଜିଯିବାକୁ ଅପୂର୍ବ ମିଳନରେ ।।


ଆଜି

ସବୁ ଅଛି, ଅଥଚ କିଛି ନାହିଁ 

ଯେହ୍ନେ ଉଦିତ ରବି ମେଘେ ଲୁଚେ

ସେ କାହୁଁ ବୁଝିପାରେ ମତେ

ଫେରିଯାଏ ନିଜ ଗୃହକୁ ମଉନରେ ।।


ଇଚ୍ଛା ଥିଲା

ମନ ପ୍ରଜାପତିର ସାଥି ହୋଇ 

ଉଡି ବୁଲିଥାନ୍ତି ଫୁଲରୁ ଫୁଲକୁ

ପୁଷ୍ପ ଉଦ୍ୟାନେ ମହା ଆନନ୍ଦରେ ।।


ସେ କାହୁଁ ବୁଝୁଛି

ପ୍ରେମ ପଛର ବିରହ ପ୍ରତାରଣା

ଜଣେ ଆସି କିଛି ନ କହି ରୁଷୁଛି

ପ୍ରଜାପତି ଆସି ମୋ ସହ ଥଟା କରୁଛି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance