Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sudhakar sethi

Romance

4.0  

sudhakar sethi

Romance

ତମେ ମୁଁ ଆଉ ବର୍ଷା

ତମେ ମୁଁ ଆଉ ବର୍ଷା

1 min
11.7K



ବର୍ଷା, ତମେ ଆଉ ମୁଁ 

ଖୁବ ନିକଟରେ

ପାହାନ୍ତି ସକାଳରେ

ଓଦା ପଣତରେ 

ଟୁପୁରୁ ଟୁପୁରୁ ଶଦ୍ଦରେ 

ଭିଜାଭିଜା ଦେହ

 ଆଉ ଉଷ୍ମ ମନରେ ।

ବର୍ଷା, ତମେ ଆଉ .....


ତା ଆଖି ଇଶାରାରେ

ଶକ୍ତ ବାହୁବନ୍ଧନରେ

ଅଜବ ଶିହରଣରେ

କିଛି ହଜାଇ ପାଇବାରେ

ବର୍ଷା, ତୁମେ ଓ ମୁଁ 

ଏକ ଅଜଣା ପୁଲକରେ।


କିଛି ଜାଗରଣରେ କିଛି

 ସମ୍ମୋହନରେ 

ଅର୍ଦ୍ଧ ମୁଦ୍ରିତ ଆଖିରେ ଅବା

ଦୁର୍ବଳ ମନରେ 

ବର୍ଷା, ତମେ ଆଉ ମୁଁ 

ଖୁବ ନିକଟରେ।


ପୋଖରୀ ତୁଠରେ,

 ନିଛାଟିଆ ନଇ ପଠାରେ

ଧାନ ଖେତରେ ଅବା

 ସହରର ନଙ୍ଗଳା ଫୁଙ୍ଗୁଳା

ସଡକରେ

ଦଲକାଏ ପଵନରେ

ଅବା ନୀଳ ସାଗରର 

ଅମାନିଆ ଢେଉ ସଥିରେ

ତୁମେ ମୁଁ ଆଉ ବର୍ଷା 

ଏକ ଅସମାହିତ ଗଣିତ

 ସମାଧାନରେ ।


ଝରକା ସେପାଖରେ

ଚା କପରେ ,

ଖିଆଲି ମନରେ

ନାଲିନାଲି ଓଠରେ ,

ପୁଷ୍ପିତ କବରୀରେ

ଋଣଝୁଣ ପାଉଁଜି ଶବଦରେ 

ଅବା ଚୁପି ଚୁପି କଥାରେ 

ବର୍ଷା, ତମେ ଆଉ ମୁଁ ଏକ

ଖିଆଲି ମନରେ


ସବୁଜ ଘାସଗାଲିଚାରେ

କଦମ୍ବର ଗୋରା ଗାଲରେ

ଭେକର ରଡିରେ 

ସାଧବ ଵହୁର ଲୁଚକାଳି ଖେଳରେ 

କିଛି ସ୍ବପ୍ନ ସମ୍ଭାବନାରେ 

ଏକ ଅଜଣା ମୂଲକରେ

ତୁମେ ମୁଁ ଆଉ ଵର୍ଷା 

ନିବିଡ ବନ୍ଧନରେ ।




Rate this content
Log in

Similar oriya poem from Romance