STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

କୃଷ୍ଣଚୂଡ଼ାର ଶୁଭେଚ୍ଛା

କୃଷ୍ଣଚୂଡ଼ାର ଶୁଭେଚ୍ଛା

1 min
181

ପୂର୍ବ ପ୍ରାନ୍ତରୁ ଭାସ୍କରଙ୍କ ଲୋହିତ ରଙ୍ଗର ଅଂଶୁରେ 

            ରଙ୍ଗାୟିତ ହୋଇ ଉଠେ ଧରିତ୍ରୀ,

ଶ୍ୟାମଳ ବର୍ଣ୍ଣ ପାଟ ରେ ଅଭୂଷିତ କରିଥାଏ 

            ଧରଣୀ ନିଜ କାୟାକୁ ,

ବାଟିକା ର ସୌନ୍ଦର୍ଯ୍ୟ ପୂର୍ଣ୍ଣ ସପ୍ତ ରଙ୍ଗୀ କୁସୁମସବୁ 

             ସାଜି ଥାନ୍ତି ତାର ଅଳଙ୍କାର,

ତୁମେ ଅନୁଭବ କରିଛ କେବେ ?

ସେଦିନ ଗୁଡ଼ିକର ରୋମାଞ୍ଚିତ ପ୍ରଭାକୁ !

ଆଜି କାହିଁ ମନ ମଧ୍ୟରେ ଉଦ୍ଭାସିତ ହେଉଛି 

         ସେ ପୁରୁଣା ଦିନ ର ଲୁଚକାଳି ଖେଳ ସବୁ,

କେତେ ପବିତ୍ର ଥିଲା ସତେ ଆମ ସମ୍ପର୍କର ନିର,

ସମୟର ବିଶାଳ ଜଳ ସ୍ରୋତରେ ପ୍ରବାହିତ ହୋଇ 

           କେଜାଣି କେଉଁ ଗଣ୍ଡରେ ମୁଁ ଆଜି ପଡିଛି,

କେବେକେବେ କାଳର କରାଳତାରେ

ତୁମକୁ ଖୋଜୁଛି,

ତ କେବେକେବେ କୁସୁମ ଋତୁର ସ୍ପର୍ଶରେ 

              ତୁମ କଥା ଭାରି ମନେ ପଡେ,

ମୁଦିତ ନେତ୍ରରେ ଯେବେ

ତୁମେ ଚାଲି ଆସ ମୋ ସମ୍ମୁଖକୁ,

ଗୁଞ୍ଜରିତ ହୋଇଉଠେ

ସାତସ୍ୱରର ଝଙ୍କାର ମୋ ଚତୁଃପାର୍ଶ୍ଵରେ,

ବିହଗ ଙ୍କ ସଙ୍ଗୀତ ରେ ଥାଏ ସ୍ନେହ,ପ୍ରେମ ପୂର୍ଣ୍ଣ ଭାବର ଅନୁଭବ,


ଜାଣିଛ !


ଆଜି କୃଷ୍ଣଚୂଡ଼ା ବି ମୋତେ କଥା କହିଛି

ମୋ ସମ୍ପର୍କର ପବିତ୍ରତା ପାଇଁ ଶୁଭେଚ୍ଛା ଜଣାଇଛି।


Rate this content
Log in

Similar oriya poem from Romance