STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ମନେ ପଡେ

ମନେ ପଡେ

1 min
215

ଏଇ ବର୍ଷାରେ ତୁମ ପ୍ରେମର

ଗୀତି ଭାରି ମନେପଡେ,

ସତରେ! କି ରୋମାଞ୍ଚିତ ଥିଲା ସେ ମୁହୂର୍ତ ସବୁ?

ଆଷାଢ଼ ଆକାଶର ମେଘୁଆ ପାଗ ରେ ,

ତୁମେ ଠିଆ ହୋଇଥିଲ ସେ ରାସ୍ତା କଡ଼ର ଓସ୍ଥ ଗଛର ପାଦ ଦେଶରେ,

ସେ  ଝିପ୍ ଝିପ୍ ବର୍ଷା ର ଜଳ ରେଣୁ ଗୁଡିକ ଏ ମୌସୁମୀ ର ବାହାନା ଦେଇ ତୁମକୁ ବାରମ୍ଵାର ଛୁଇଁ ଚାଲିଥାନ୍ତି,

ଆଉ ମୁଁ! ସେ ବର୍ଷା ର ଧାରା ରେ ବି ଈର୍ଷା ର ଜ୍ୱାଳା ରେ ଜର୍ଜରିତ ହୋଇ ଉଠୁଥାଏ ଦେଖି "ତୁମର ଓ ବର୍ଷା" ର ପୀରତି କୁ,

କାହିଁ , କେବେ ବି ତ ମୋତେ ନିଜକୁ ମନ ଭରି ଦେଖିବାକୁ ସୁଯୋଗ ଦେଇନଥିଲ,

କିନ୍ତୁ ସେଦିନ ଏ ନିର୍ଲଜ ବର୍ଷା କୁ କେମିତି ଦେଇ ଦେଇଥିଲ ନିଜକୁ , 

ତୁମ କାୟା ର ପ୍ରତି ଅଙ୍ଗ ସହ ସେ ଜଳ ରେଣୁ ଗୁଡିକ କିପରି ନିଜକୁ ଲୀନ କରି ଦେଉଥାନ୍ତି,

ଏସବୁ ଦେଖି ମୋ ହୃଦୟ ଥରି ଉଠୁଥାଏ, 

ପରେ ଜୋର୍ କରି ସେଦିନ ଝରକା ଟିକୁ ବନ୍ଦ କରି ଦେଇଥିଲି,

କିନ୍ତୁ ମନରେ ଉଙ୍କି ମାରୁଥିବା ନୂତନ ପ୍ରଶ୍ନ ତୁମେ ସେ ବର୍ଷା ରେ କ'ଣ ପାଇଁ ସେଠି ଥିଲ t? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance