STORYMIRROR

Kalpana Satpathy

Tragedy Classics

3  

Kalpana Satpathy

Tragedy Classics

ମରୁଭୂମିର ବାଲି

ମରୁଭୂମିର ବାଲି

1 min
205

ସର୍ବସଂହା ମା ଟିଏ ସବୁ ସହି

ପଡିଛି ଏ ଅପନ୍ତରା ସଂସାରର ମରୁରେ

ନାହିଁ କିଛି ଆଶା, ନାହିଁ କିଛି ପ୍ରତ୍ୟାଶା

ଲାଗେ ସବୁ ମରୁଭୂମିର ବାଲି ରେ ଥିବା

ମାୟା ମରିଚିକାର ଦୃଶ୍ୟ ପରି

ଏ ଜୀବନ ଆଦରି ନେଇଛି

କର୍ମକୁ ଶରଣାପନ୍ନ ହୋଇ

ପ୍ରଭୁଙ୍କ ଚରଣେ, ଲୋଡା ନାହିଁ

ମୋର ଧନ କି ସମ୍ପଦ

ମରୁଭୂମିର ବାଲି ପରି

ପଡିରହିଥାଏ ମୁଁ ଜୀବନ ତମାମ

ନ ଆସୁ ମୋ ମନେ ଅହଂ ର ସ୍ତମ୍ଭନ,

ମିଛ ମାୟା ସଂସାର ରେ ଛନ୍ଦିହୋଇ

ବଢେ ଖାଲି କଷଣର ଭାର,

ସମୟ ହାତରେ ଡୋରୀ ବାନ୍ଧି

କାଟୁଛି ଜୀବନ, ସତେ କି ମୋ

ପ୍ରଭୁ ସଂସାର ମରୁରେ ଥରେ

କରିବେ ଅବସ୍ଥାନ,ସବୁଭୁଲି

ତାଙ୍କ ପଦାରବିନ୍ଦକୁ ମୁଁ କରିବି ଚୁମ୍ବନ

ସଂସାର ମରୁରେ ଶୁଭିବ କୋଇଲିର ସ୍ବନ

ମରୁଭୂମିର ବାଲି ବି ତା'ର

ଶୀତଳ ପରଶରେ କହିବ

ତା ହୃଦୟ ର କଥା ସବୁ

ଦୁଃଖ ସୁଖ ସବୁ ପରା

ସେହି ପ୍ରଭୁଙ୍କର ଦାନ

ନଥିବ ସେଠାରେ କିଛି

ମାନ ଅଭିମାନ, ସଂସାର ମରୁରେ

ବହିବ ମଳୟ ପବନ, ଠିକ୍

ମରୁଭୂମିର ବାଲିରେ ବି ଖେଳିଯିବ

ଅସରନ୍ତି ସ୍ବପ୍ନ ର ଭଣ୍ଡାର, ଜୀବନ

ର ସବୁ ଅବଶୋଷ ର ଅନ୍ତ

ହୋଇ ଗାଉଥିବ ଖାଲି

ସେହି ପ୍ରଭୁନାମ, ମାୟା ମରିଚିକା

ପଥ ବି ଦିନେ ହୋଇବ ସୁଗମ,

ବିଶ୍ଵାସ ମୂଳେ ହିଁ ସାକ୍ଷୀ

ରହିଥାନ୍ତି ଭଗବାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy