STORYMIRROR

Panchanan Jena

Tragedy

3  

Panchanan Jena

Tragedy

ପ୍ରଣୟ-ପ୍ରସ୍ରବଣ

ପ୍ରଣୟ-ପ୍ରସ୍ରବଣ

1 min
141


ତମେ ଆଜି କାଲି ମନେ ପଡୁନ 

ଶିରା ପ୍ରଶିରାରେ 

ପ୍ରଣୟ ପ୍ରସ୍ରବଣର ପ୍ରବାହ

ବରଫ ଖଣ୍ଡରେ ରୂପାନ୍ତରିତ ଶୈଳଗଣ

ହୃତପିଣ୍ଡରେ ଚଳ ଚଞ୍ଚଳ

କାମନା ଉଦ୍ଗିରଣ 

ହିମବାହର ଖଣ୍ଡ ଖଣ୍ଡ ଚଟ୍ଟାଣ ।


ମିଛ କହିଦେଲି କି ?

ଶୁଖି ଗଲାଣି କୁତୁକୁତୁ

 ଉତ୍କଣ୍ଠାର କ୍ଷରଣ ଝରଣ


ସତ କହିବି କି ?

କୁଳୁ କୁଳୁ ନାଦିନୀ 

ତୁମ ବେପଥୁ ନିତମ୍ବ ମେଦିନୀ

ବିରହ ଜ୍ୱାଳାରେ 

ବୈରାଗ୍ୟ ପଥ ବରଣ ଧାରଣ ।


ମନ- ମରିଚିକା କ'ଣ ବା କରି ପାରିବ ?

ତୁମ ଚମ୍ପାଫୁଲିଆ ପୁରିଲା ପୁରିଲା ମୁଁହ ଦିଶୁନି

ହୃଦୟ - ଆଇନା କ'ଣ ବା କରି ପାରିବ ?

ତୁମକୁ ଭାବନାରେ ଗୋଡେଇ ଭିଡ଼େଇ 

ତୁମକୁ କାମନାରେ ଜଡେଇ ଗଡେଇ

ଆତ୍ମା ରାଣ ଖାଉଛି - ନା ରେ ବାବା 

ବିଚରା ପ୍ରେମୀକ !

କ'ଣ ବା କରି ପାରିବ ?


ଲୁହ ଝରେଇବ ବୋଲି ଭାବୁଛ କି 

ପୁରୁଣା କାଳିଆ ମରହଟ୍ଟିଆ ଲାଗିପାରେ

ଦାଢି ଜଟା ଜୁଟ ମୁଣ୍ଡିତ ବାବାଜି ହେବ କି

ମଧ୍ୟଯୁଗୀୟ ରିତିକାଳୀୟ ଭାବିପାର

ଚିର କୁମାର ଆଜୀବନ ରହିଯିବ କି

ଆମ ପ୍ରଧାନମନ୍ତ୍ରୀ ମୂଖ୍ୟମନ୍ତ୍ରୀ ପରି

ରାଜନିତୀର ପଶାଖେଳ କହିପାର

ଅନ୍ୟ କାହାର ହାତ ଧରିବ ବି

ବାପା-ବୋଉଙ୍କୁ ଖୁସି ଲାଗିପାରେ


ପାଇବାରେ ନ ଥାଏ ମୁଗ୍ଧତା

ନ ପାଇବାରେ ପ୍ରେମ ପରା ଅମର

ବିରହ ଜ୍ୱାଳାରେ ମରିବି ନିତି ମୁଁ

ଚିରାଚରିତ ପନ୍ଥାରୁ ବିରତ ପାମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy