STORYMIRROR

Panchanan Jena

Tragedy

3  

Panchanan Jena

Tragedy

କେତେ ଆହ୍ଲାଦ ଭାବ

କେତେ ଆହ୍ଲାଦ ଭାବ

1 min
18


ମାଘ ମାସରେ 

ବାଘୁଆ ଶୀତ ଲହର

ନିଦ ଆସୁନି

ମଧ୍ଯ ରାତ୍ରୀର 

ବିଳମ୍ବିତ କୋହଲା ପ୍ରହର

ଭାବନା ସରୁନି

ମନ ମସ୍ତିସ୍କରେ 

ଅସୁମାରୀ ଆଶାର ମୀନାର

ହାତ ପାଉନି

ଏକତରଫା 

ସ୍ନେହ-ପ୍ରେମର କେଦାର

କଷି ଫଳୁନି

ଉପାୟ ଖୋଜୁଛି ଏ ବାଉଳା ମନ

ନିଜର କରିବାକୁ

ଆପଣାର ବନେଇବାକୁ

ହୃଦୟ କନ୍ଦରେ ଫୁଟୁଛି ନୂଆ ପ୍ରସୁନ ।


କେଇ ଝପା ଅଦିନିଆ 

ଲଘୁଚାପଜନିତ ବର୍ଷା ଆସର

ଫରକ ପଡୁନି

କୁହୁଡି ବଳୟ 

ଧୂମ୍ର କୁଣ୍ଡଳୀରେ ରାତ୍ରୀ ପ୍ରହର

ଥଣ୍ଡା ଲାଗୁନି

କମ୍ବଳ ଭିତରେ ଦେହଟ୍ଟା ସିନା ମୁର୍ଦ୍ଦାର

ହସି ପାରୁନି

ଶୁଣେଇବାକୁ ଜଣେ

ପାଖରେ ବସିବାକୁ ଜଣେ

ନିରୋଳାରେ କାଶିବାକୁ ଜଣେ

 କେହି ନାହିଁ ବନ୍ଧୁ ସୋଦର

କହି ହେଉନି

ରାସ୍ତା ପାଉନି ଏ ବିଚଳିତ ମନ

ଇଚ୍ଛାର ଆବଦ୍ଧ ଗବାକ୍ଷ ମେଲି ଦେଇ

ଆତ୍ମାର ରୁଦ୍ଧ ଦ୍ଵାର ଖୋଲି ଦେଇ 

ଦେଖେଇ ଦିଅନ୍ତା କି

ସତରେ କେତେ ପ୍ରେମଭାବ

ମନରେ କେତେ ସ୍ନେହଭାବ

ଭାବନାରେ କେତେ ଅହ୍ଲାଦଭାବ

ଶୁଏଇ ଦଉନି ରାତି ସାରା

ବସେଇ ଦଉନି ଦିନ ସାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy