କେତେ ଆହ୍ଲାଦ ଭାବ
କେତେ ଆହ୍ଲାଦ ଭାବ
ମାଘ ମାସରେ
ବାଘୁଆ ଶୀତ ଲହର
ନିଦ ଆସୁନି
ମଧ୍ଯ ରାତ୍ରୀର
ବିଳମ୍ବିତ କୋହଲା ପ୍ରହର
ଭାବନା ସରୁନି
ମନ ମସ୍ତିସ୍କରେ
ଅସୁମାରୀ ଆଶାର ମୀନାର
ହାତ ପାଉନି
ଏକତରଫା
ସ୍ନେହ-ପ୍ରେମର କେଦାର
କଷି ଫଳୁନି
ଉପାୟ ଖୋଜୁଛି ଏ ବାଉଳା ମନ
ନିଜର କରିବାକୁ
ଆପଣାର ବନେଇବାକୁ
ହୃଦୟ କନ୍ଦରେ ଫୁଟୁଛି ନୂଆ ପ୍ରସୁନ ।
କେଇ ଝପା ଅଦିନିଆ
ଲଘୁଚାପଜନିତ ବର୍ଷା ଆସର
ଫରକ ପଡୁନି
କୁହୁଡି ବଳୟ
ଧୂମ୍ର କୁଣ୍ଡଳୀରେ ରାତ୍ରୀ ପ୍ରହର
ଥଣ୍ଡା ଲାଗୁନି
କମ୍ବଳ ଭିତରେ ଦେହଟ୍ଟା ସିନା ମୁର୍ଦ୍ଦାର
ହସି ପାରୁନି
ଶୁଣେଇବାକୁ ଜଣେ
ପାଖରେ ବସିବାକୁ ଜଣେ
ନିରୋଳାରେ କାଶିବାକୁ ଜଣେ
କେହି ନାହିଁ ବନ୍ଧୁ ସୋଦର
କହି ହେଉନି
ରାସ୍ତା ପାଉନି ଏ ବିଚଳିତ ମନ
ଇଚ୍ଛାର ଆବଦ୍ଧ ଗବାକ୍ଷ ମେଲି ଦେଇ
ଆତ୍ମାର ରୁଦ୍ଧ ଦ୍ଵାର ଖୋଲି ଦେଇ
ଦେଖେଇ ଦିଅନ୍ତା କି
ସତରେ କେତେ ପ୍ରେମଭାବ
ମନରେ କେତେ ସ୍ନେହଭାବ
ଭାବନାରେ କେତେ ଅହ୍ଲାଦଭାବ
ଶୁଏଇ ଦଉନି ରାତି ସାରା
ବସେଇ ଦଉନି ଦିନ ସାରା ।
