Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ଦେଉନି ଖଣ୍ଡିଉଡ଼ା

ଦେଉନି ଖଣ୍ଡିଉଡ଼ା

1 min
6



ଫୁଲ ଫୁଟିଛି ଗଛରେ

ତୃତୀୟ ନେତ୍ର କହୁଛି

ମିଛ ଆଜ୍ଞା

ଡାହା ମିଛ

ଫୁଲ ଫୁଟିଛି ଓଠରେ ।


ଫୁଲ ହସୁଛି ବଗିଚାରେ

ମରମ ଚିତ୍ର କହୁଛି

ମିଛ ଆଜ୍ଞା

ଧଳା ମିଛ

ପ୍ରେମ ହସୁଛି ଆଖିରେ ।


ଚଗଲା ପବନ ବହୁଛି

କାମନା ନେତ୍ର କହୁଛି

ମିଛ ଆଜ୍ଞା

ପୂରା ମିଛ

ଆଖି - ଓଠର ବାର୍ତ୍ତା ମଝିରେ।


କଥା ତ ଏତିକି

ପଢୁଛି କିଏ ଗହନ କଥା ?

ବୁଝୁଛି କିଏ ମରମ ବ୍ୟଥା ?


ମନ ତଳେ ନିତି ଅବ୍ୟକ୍ତ ବେଦନା

ଛାତି ତଳେ କେତେ ଅକୁହା କଳ୍ପନା


ଗୋଲାପି ଓଠ ଖୋଜୁ ଖୋଜୁ

ଆୟତ ଆଖି ଆଉଜୁ ଆଉଜୁ


ବସନ୍ତ ଶେଷେ ପତ୍ରଝଡ଼ା

ପ୍ରେମ ପକ୍ଷୀ ଦେଉନି ଖଣ୍ଡିଉଡ଼ା ।


Rate this content
Log in

Similar oriya poem from Tragedy