STORYMIRROR

Panchanan Jena

Tragedy

3  

Panchanan Jena

Tragedy

ପରିସମାପ୍ତି

ପରିସମାପ୍ତି

1 min
9


ଅନନ୍ତ ଅସରନ୍ତି ଯୁଦ୍ଧ 

ଶୁଣିଛି ଏ କାନ

ଅଗଣିତ ଗୃହଯୁଦ୍ଧ ବିଶ୍ଵଯୁଦ୍ଧ 

ପଢିଛି ଏ ଜନ

ଅବାଂଚ୍ଛିତ ମିସାଇଲ୍- ବୋମା ଯୁଦ୍ଧ

ଲଢୁଛି ଏ ମନ

ଶାନ୍ତି କାହିଁ ?

ମୁକ୍ତି କାହିଁ ?

ସମସ୍ୟାର ସମାଧାନ କାହିଁ ?


ଜୀବନ ଯୁଦ୍ଧରେ ଜୁଝୁଛି ମଣିଷ

ବାକି ଅଛି ବହୁତ ଲଢେଇ

ହାରିବା ଜିତିବା

ମାରିବା ଜିଣିବା

ରକ୍ତରେ ହୁରି ଖେଳିବା 

ଆରମ୍ଭ ଯେ ହୋଇନାହିଁ ।


ଯୁଦ୍ଧ କରୁଥାଏ ମା'ର ଜଠରୁ

କୁହାଟ ଛାଡ଼ୁଥାଏ

ପେଟରୁ କଣ୍ଠରୁ

ଲାତ ଗୋଇଠା ମାରୁଥାଏ

ହାତ ଗୋଡ଼ ଛାଟୁଥାଏ

ପ୍ରଥମ ପର୍ଯ୍ୟାୟ ସମର ଅଭ୍ୟାସ

ଆଗକୁ ରହିଛି ଅସୀମ ସସୀମ

 ଦୁନ୍ଧୁଭିର କାନଫଟା ନିର୍ଯ୍ୟାସ ।


ଜୁଇ ନିଆଁରେ ସରିବ 

ଯୁଦ୍ଧର ଶେଷ ପରିଣତି

ସବୁ ଜାଣନ୍ତି 

କେଇ ମୁଠା ପାଉଁଶ ପରିସମାପ୍ତି

ତଥାପି କାହିଁକି

ନିତି ମରୁଛି ରଣେ

ନିତି ମାରୁଛି ଅକାରଣେ

ମଣିଷ ମଣିଷକୁ ସଂହାରି ଗୁଳି ମାରି

କି ଲାଭ ପାଉଛି 

କି ଯଶ ବାନ୍ଧୁଛି

ମାନବ ଭିତରେ ଦାନବ ଅବତରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy