STORYMIRROR

Panchanan Jena

Tragedy

3  

Panchanan Jena

Tragedy

ମନ ବୈତରଣୀ

ମନ ବୈତରଣୀ

1 min
180


ତମେ ନାହିଁ ବୋଲି

ପଲଙ୍କ ଶେଯରେ

ତକିଆ ସଙ୍ଗରେ

ଋତୁମତି ରାତି ମୋର

ଅତି ପ୍ରୀୟ ସଂଙ୍ଗୀନୀ ପାଖରେ


ତମେ ନାହିଁ ବୋଲି

ମହଳଣ ଚନ୍ଦ୍ରାତପ

ଟୋପା ଟୋପା କାକରରେ

ଜଳୁଥାଏ ତୁମ

ସୁନାର ହରିଣୀ ମନସ୍ତାପ


ମନ ବୈତରଣୀ ସିନା ବହେ ଉଜାଣି

ରାତି ପାହି ଯାଏ ଏକା ଏକା

ଭୋକିଲା ଶେଷିଲା ରହିଯାଏ

ତୁମ ବାୟାଣୀ ତୁମ ରଙ୍କୁଣୀ


ତୁମ ନାହିଁ ବୋଲି

ଜହ୍ନ ଧରା ଦେଉନି

ଫୁଲବଣ ସବୁ ଲାଗୁଛି

କଣ୍ଟାବାଡ ଅଗନା ଅଗନି

ଭଲ ଲାଗୁନି ମେଘୁଆ ମେଦିନୀ

ଉତ୍ତରା ପବନ ବି ବୋଲ ମାନୁନି


ଶୀତ ସକାଳ ଲାଗୁଛି ରାଗିଛି

ସକାଳୁ ଗାଧୋଇ ସାରିଛି

ବାପ୍ ରେ ବାପ୍

କି ଶୀତ

ତୁମେ ନାହଁ ବୋଲି ପରାଣ ମୀତ


କେମିତି କଣ୍ଟାସିଆ ଅନଉଛି

ଖାଇଯିବ କହୁଛି

, ରୂପସୀ ତାରକସୀକୁ

ନେଇ ପଳେଇବ

କେଉଁ ବାଲି ପ୍ରବାଳ ଦ୍ଵୀପକୁ

କାଖେଇବ କେଳି କରିବ

ଜିରୋ ନାଇଟ ରେ

 ନିଅନ ଲାଇଟ ତଳେ

ଗେଲ କରିବ ଭାବୁଛି ।


ହେଇଟି ଶୁଣୁଛ !

ତୁମ ନାହଁ ବୋଲି ଘଡିକେ ଘୋଡା

ନେଇଯାଅ ମୋତେ ପାଲିଙ୍କି ଚଢ଼ା ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Tragedy