ମନ ବୈତରଣୀ
ମନ ବୈତରଣୀ
ତମେ ନାହିଁ ବୋଲି
ପଲଙ୍କ ଶେଯରେ
ତକିଆ ସଙ୍ଗରେ
ଋତୁମତି ରାତି ମୋର
ଅତି ପ୍ରୀୟ ସଂଙ୍ଗୀନୀ ପାଖରେ
ତମେ ନାହିଁ ବୋଲି
ମହଳଣ ଚନ୍ଦ୍ରାତପ
ଟୋପା ଟୋପା କାକରରେ
ଜଳୁଥାଏ ତୁମ
ସୁନାର ହରିଣୀ ମନସ୍ତାପ
ମନ ବୈତରଣୀ ସିନା ବହେ ଉଜାଣି
ରାତି ପାହି ଯାଏ ଏକା ଏକା
ଭୋକିଲା ଶେଷିଲା ରହିଯାଏ
ତୁମ ବାୟାଣୀ ତୁମ ରଙ୍କୁଣୀ
ତୁମ ନାହିଁ ବୋଲି
ଜହ୍ନ ଧରା ଦେଉନି
ଫୁଲବଣ ସବୁ ଲାଗୁଛି
କଣ୍ଟାବାଡ ଅଗନା ଅଗନି
ଭଲ ଲାଗୁନି ମେଘୁଆ ମେଦିନୀ
ଉତ୍ତରା ପବନ ବି ବୋଲ ମାନୁନି
ଶୀତ ସକାଳ ଲାଗୁଛି ରାଗିଛି
ସକାଳୁ ଗାଧୋଇ ସାରିଛି
ବାପ୍ ରେ ବାପ୍
କି ଶୀତ
ତୁମେ ନାହଁ ବୋଲି ପରାଣ ମୀତ
କେମିତି କଣ୍ଟାସିଆ ଅନଉଛି
ଖାଇଯିବ କହୁଛି
, ରୂପସୀ ତାରକସୀକୁ
ନେଇ ପଳେଇବ
କେଉଁ ବାଲି ପ୍ରବାଳ ଦ୍ଵୀପକୁ
କାଖେଇବ କେଳି କରିବ
ଜିରୋ ନାଇଟ ରେ
ନିଅନ ଲାଇଟ ତଳେ
ଗେଲ କରିବ ଭାବୁଛି ।
ହେଇଟି ଶୁଣୁଛ !
ତୁମ ନାହଁ ବୋଲି ଘଡିକେ ଘୋଡା
ନେଇଯାଅ ମୋତେ ପାଲିଙ୍କି ଚଢ଼ା ।
