STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଚାଲିବାକୁ ହେବ ନିରନ୍ତର

ଚାଲିବାକୁ ହେବ ନିରନ୍ତର

1 min
172

ଜୀବନ ପଥ କଣ୍ଟକିତ ବନ୍ଧୁର 

ଖାଲ ଖମାରେ ଲାଗୁଛି ଭରପୂର

ଛୋଟ ବଡ଼ ଦନ୍ତୁରିତ କଙ୍କର ।


ଜୀବନଯାତ୍ରା ବି ତତୋଧିକ କଷ୍ଟକର

ଛକ ହାଟେ ବାଟେ ସମସ୍ୟା ବୃହତ୍ତର

ସ୍ଵାର୍ଥନ୍ଵେଷୀ ଅହଙ୍କାରୀ ଦଲାଲ ତଷ୍କର

ତଥାପି ମନେରଖିବା ହିଁ ଶ୍ରେୟସ୍କର

ସଂଘର୍ଷମୟ ଜୀବନ ଧାର

ବାଟୋଇ ଆମେ ପଥିକ ଆମେ

ଚାଲିବାକୁ ହେବ ନିରନ୍ତର ।


ମନରେ ନିତି ଇଠୁଥିବ ତୁଫାନ ଜୁଆର

ହୃଦୟ ନିତି ଢୁକୁଥିବ ଜଞ୍ଜାଳ ଜହର

ମୁଁହରେ କିନ୍ତୁ ଦୋଳିଖେଳୁଥିବ ମିଛିମିଛିକା

ମିଠା ହସ ଲହର

ତଥାପି ଚାଲିବାକୁ ହେବ ନିରନ୍ତର ।


ଖୁସିର ସନ୍ଧାନେ ଯେବେ ବଢାଇଲି ପୟର

ବ୍ୟାକୁଳିତ ଇଚ୍ଛାଙ୍କୁ କାଖେଇ ହେଲି ତୟାର

ରକ୍ତ ରଞ୍ଜିତ ହେଲା ମୋ ସୁସ୍ଥ ସ୍ଥୁଳ ଶରୀର

ଦୁଃଖର ସନ୍ଧାନ ଯେବେ ବାହାରିଲି ପ୍ରବର

ବେଦନାକୁ ଭୁଲି ପାହୁଣ୍ଡ ପକେଇଲି ତିବ୍ରତର

ଯନ୍ତ୍ରଣାକୁ ବେଖାତିର କଲି ଶତ ସହସ୍ର ବାର

ତଥାପି ଚାଲିବାକୁ ହେବ ନିରନ୍ତର ।


କଷ୍ଟ ସହିତ ସାଙ୍ଗ ହେଲି କଲି ଆପଣାର

ଯାତନା ସହ ହାତ ମିଶେଇଲି ଅନେକଥର

ଖଣ୍ଡିଆ ଖବରାକୁ ବେଖାତିର ହେଲି ଆଗୁସାର

ଆଶ୍ଚର୍ଯ୍ୟ ଚକିତ ହେଲି ଜ୍ଞାନଚକ୍ଷୁ ଫିଟିଲା

ଯାତନା ବେଦନା ଲାଞ୍ଛନା ହିଁ ଖୁସିର ତାଲା

କଷ୍ଟ ଦୁଃଖର କଷଟି ହିଁ ହସମୁଣି ଚାବିର ଝୁଲା

ତଥାପି ଚାଲିବାକୁ ହେବ ନିରନ୍ତର ।


କଷ୍ଟ -ଜଞ୍ଜାଳ ଖୁସି- କଟାଳ ହିଁ ଏକ ଦର୍ଶନ

ପାଗଳ ପଥିକ ଆମେ ସବୁବୁଝି ଅବୁଝା ରତନ

ଆମର ଅନୁଚିନ୍ତା ହିଁ କାମନାର କାରଣ ବାରଣ ତୋରଣ

ଆମର ସୁଖ ଦୁଃଖର ପ୍ରମୁଖ ନିଦାନ ସମାଧାନ ବ୍ୟାକରଣ

କାରଣ ମନେରଖିବା ହିଁ ଶ୍ରେୟସ୍କର

ସଂଘର୍ଷମୟ ଜୀବନ ଧାର

ବାଟୋଇ ଆମେ ପଥିକ ଆମେ

ଚାଲିବାକୁ ହେବ ନିରନ୍ତର ।


Rate this content
Log in

Similar oriya poem from Tragedy